ଦେଖନ୍ତୁ ଭିଡ଼ିଓ: ଇଂଷ୍ଟାଗ୍ରାମ ରିଲ୍ସ ପାଇଁ ବିଚ୍ ରାସ୍ତାରେ ନାଚିଲେ ଏହି ଯୁବତୀ, ଭିଡ଼ିଓ ଭାଇରାଲ ପରେ ପୋଲିସ କଲା ଏମିତି କିଛି

 
Jubati dance

ମଧ୍ୟପ୍ରଦେଶ ଇନ୍ଦୋରର ଏକ ବ୍ୟସ୍ତବହୁଳ ଛକରେ ଟ୍ରାଫିକ ସିଗନାଲ ଲାଲ ହେବା ପରେ ଜଣେ ଯୁବତୀ ବିଚ୍ ରାସ୍ତାରେ ନାଚିବା ଆରମ୍ଭ କରିଥିଲେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ଅପଲୋଡ଼ କରିବା ପାଇଁ ଏଭଳି ଷ୍ଟଣ୍ଟ କରାଯାଇଥିବା ବେଳେ, ଏଥିପାଇଁ ଉକ୍ତ ଯୁବତୀଙ୍କୁ ହଟହଟା ହେବାକୁ ପଡ଼ିଛି। ସେ ରାସ୍ତା ଉପରେ ନାଚିବା ସହ ଟ୍ରାଫିକ ନିୟମର ଉଲ୍ଲଂଘନ କରିଥିବାରୁ ପୋଲିସ ତାଙ୍କୁ ନୋଟିସ ପଠାଇଛି।

Shreya kalra

ଶ୍ରେୟା କାଲରା ନାମକ ଏହି ଯୁବତୀ ତିନି ଦିନ ପୂର୍ବରୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଥିଲେ। ଚାହୁଁ ଚାହୁଁ ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା। ଏହି ଭିଡିଓରେ କଳା ପୋଷାକ ପିନ୍ଧିଥିବା ଶ୍ରେୟା ଛକ ନିକଟରେ ଥିବା ଜେବ୍ରା କ୍ରସିଂ ଉପରେ ନାଚିଥିଲେ। ଏହି ସମୟରେ ଟ୍ରାଫିକ୍ ସିଗନାଲରେ ଅପେକ୍ଷା କରିଥିବା ଲୋକମାନେ ତାଙ୍କର ନୃତ୍ୟକୁ ଦେଖି ଖୁସି ହେଉଥିବା ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:-

ଇନ୍ଦୋରର ସହରର ରସୋମା ଛକ ନିକଟରେ ଏହି ଭିଡ଼ିଓଟିକୁ ରେକର୍ଡ଼ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଆଲୋଚନା ହୋଇଥିଲା। ଗୋଟିଏ ପଟେ ପୋଲିସ ଯୁବତୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଶ୍ରେୟା। ସେ ତାଙ୍କ ଡ୍ୟାନ୍ସ ଏବଂ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ସଡକ ସୁରକ୍ଷା ନେଇ ସତର୍କ କରାଉଥିବା କହିଛନ୍ତି।