ଅଜବ ଘଟଣା: ଫିଟ୍ ରହିବା ପାଇଁ ଜିମ୍ ପଠାଇଥିଲେ ବାପ-ମାଆ, ମାତ୍ର ଟ୍ରେନର ସହିତ ଫେରାର ହୋଇଗଲା ଝିଅ

 
Gym

ଯୁବ ପିଢ଼ିମାନଙ୍କ ମଧ୍ୟରେ ଫିଟନେସର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାସ୍ କରି କରୋନା ରୋଗ ଆସିବା ପରଠାରୁ ଲୋକେ ନିଜର ସ୍ୱାସ୍ଥ୍ୟ ପ୍ରତି ଖାସ ଧ୍ୟାନ ଦେଉଛନ୍ତି। କିନ୍ତୁ, ଜୁମେଇର ଜଣେ ଯୁବତୀ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜିମ୍ ଯାଉଥିଲେ ହେଁ ସେଠାରେ ଥିବା ଟ୍ରେନରଙ୍କ ସହିତ ସେ ଫେରାର ହୋଇଯାଇଥିଲେ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ଏଥିନେଇ ଚିନ୍ତିତ ରହିଛନ୍ତି।

Gym trainer

ମିଳିଥିବା ସୂଚନା ଅନୁଯାଇ ଜମୁଇର ଖେରମା ନିବାସୀ ଜଣେ ସରକାରୀ କର୍ମଚାରୀଙ୍କ ଝିଅ ଜିମ୍ ଯିବା ପାଇଁ ଜିଦ୍ ଧରିଥିଲେ। ପରିବାର ଲୋକେ ମଧ୍ୟ ତାଙ୍କ କଥାରେ ରାଜି ହୋଇ କଚହରି ଛକ ସ୍ଥିତ ଏକ ଜିମରେ ଆଡ଼ମିସନ କରାଇ ଦେଇଥିଲେ। କିନ୍ତୁ ଯୁବତୀ ଜଣକ ସେଠାକୁ ଯିବା ପରେ ଉକ୍ତ ଜିମର ଟ୍ରେନରକୁ ଭଲପାଇ ବସିଥିଲେ। କିଛି ଦିନ ପରେ ଯୁବତୀ ଜଣକ ମଧ୍ୟ ସେଠାରେ ଟ୍ରେନର ଭାବରେ କାମ କରିବାକୁ ଲାଗିଥିଲେ ଏବଂ କିଛି ଦିନପରେ ଉଭୟେ କେଉଁଆଡ଼େ ଫେରାର ହୋଇ ଯାଇଥିଲେ।

Eloped

ଏଥିନେଇ ପରିବାର ଲୋକେ ଜୁମେଇ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ବେଳେ ସେ ସେହି ଯୁବକଙ୍କୁ ଭଲ ପାଉଥିବା କହିଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ନାବାଳିକା ଥିବା ପରିବାର ଲୋକେ ଦାବି କରିଥିଲେ ହେଁ ଯୁବତୀଙ୍କ କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ୧୮ ବର୍ଷ ହୋଇଯାଇଥିବା ଜଣାପଡିଥିଲା। ତେଣୁ, ନ୍ୟାୟାଳୟ ଶେଷରେ ଯୁବତୀଙ୍କୁ ସାବାଳିକା ଘୋଷିତ କରିବା ସହ ତାଙ୍କୁ ସ୍ୱତନ୍ତ୍ର କରାଇ ଦେଇଥିଲେ।