ଭୁଲବଶତଃ ଟୁଥପେଷ୍ଟ ବଦଳରେ ମୂଷାମରା ପେଷ୍ଟରେ ଦାନ୍ତ ଘଷିଦେଲେ ଏହି ଯୁବତୀ, ଅବସ୍ଥା ସାଙ୍ଘାତିକ ହେବାରୁ ହସ୍ପିଟାଲ ନିଆଗଲା ଏବଂ..

 
Tooth paste

ମୃତ୍ୟୁ ଯେ କୌଣସି ସମୟ ଏବଂ କାରଣ ପାଇଁ ହୋଇପାରେ। ମଣିଷର ସାମାନ୍ୟ ଭୁଲ ପାଇଁ ତାର ଜୀବନ ଚାଲିଯିବାର ଅନେକ ନଜ଼ୀର ରହିଛି। ମୁମ୍ବାଇର ଧରାବୀ ଅଞ୍ଚଳରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଦାନ୍ତ ଘଷିବା ବେଳେ ସାମାନ୍ୟ ଅସାବଧାନତା ହେତୁ ଜଣେ ଯୁବତୀ ମୃତ୍ୟ ବରଣ କରିଛନ୍ତି। କଥାଟି ବିଶ୍ୱାସ ହେଉନଥିଲେ ହେଁ ଗତ ସେପ୍ଟେମ୍ବର ୧୨ ତାରିଖରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Rat poison

ମିଳିଥିବା ସୂଚନା ଅନୁଯାଇ ସେପ୍ଟେମ୍ବର ୩ ତାରିଖରେ ଧରାବୀ ଅଞ୍ଚଳରେ ରହୁଥିବା ଅଫସାନା ଖାଁ ନାମକ ଜଣେ ଯୁବତୀ ଭୁଲବଶତଃ ଦାନ୍ତ ଘଷିବା ପାଇଁ ଟୁଥପେଷ୍ଟ ବଦଳରେ ମୂଷା ମରା ପେଷ୍ଟ ବ୍ୟବହାର କରିଥିଲେ। ତାଙ୍କୁ ବିଷ ଗନ୍ଧ ହେବାରୁ ସେ ତୁରନ୍ତ ମୁହଁ ଧୋଇ ଦେଇଥିଲେ ହେଁ ଦେହରେ ବିଷର ପ୍ରଭାବ ରହିଥିଲା।

Death

ଘରେ ଶୁଣିଲେ ଗାଳି କରିବେ ବୋଲି ଭାବି ସେ କାହାକୁ କିଛି କହିନଥିଲେ। ପରବର୍ତ୍ତୀ ସମୟରେ ପେଟରେ ଯନ୍ତ୍ରଣା ହେବା ସହ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସରକାରୀ ଡାକ୍ତରଖାନା ଏବଂ ତିନୋଟି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କ ଅବସ୍ଥା ସୁଧୁରି ନଥିଲା। ପରିବାର ଲୋକେ ସେପ୍ଟେମ୍ବର ୧୨ରେ ତାଙ୍କୁ ମୁମ୍ବାଇ ସ୍ଥିତ ଜେଜେ ହସ୍ପିଟାଲକୁ ନେଇ ଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁବରଣ କରିଥିଲେ।

From around the web