ଏକ ଘଣ୍ଟା ଧରି କୁନି ଝିଅ ବେକରେ ଗୁଡ଼େଇ ହୋଇ ରହିଲା ସାପ, ଭୟରେ ଚିଲ୍ଲାଇବାରୁ ଦେଲା ଚୋଟେ….

 
Snake bite

ନିଜ ଆଖପାଖରେ ସପଟିଏ ଦେଖିଲେ ମଣିଷର ମନରେ ଆସିଯାଏ ଭୟ। କେବେ, ଭାବିଛନ୍ତି ଯଦି ଶୋଇଥିବା ଅବସ୍ଥାରେ ଏକ ସାପ ଆପଣଙ୍କ ଦେହରେ ଗୁଡ଼ାଇ ହୋଇଯାଏ ତେବେ ଅବସ୍ଥା କଣ ହେବ? ମହାରାଷ୍ଟ୍ରରେ ଏହିଭଳି ଏକ ଘଟଣା ଘଟିଛି ଯେଉଁଥିରେ ଏକ ୭ ବର୍ଷର ଝିଅ ବେକରେ ଏକ ସାପ ପ୍ରାୟ ୧ ଘଣ୍ଟା ଧରି ଗୁଡ଼ାଇ ହୋଇ ରହିଥିଲା।

Snake bite

ମିଳିଥିବା ଖବର ଅନୁଯାଇ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ବୋରାଖେଡି ଗାଁରେ ଏକ ୭ ବର୍ଷର କୁନି ଝିଅ ରାତିରେ ଘର ଭିତରେ ଶୋଇଥିଲା। ରାତି ପ୍ରାୟ ୧୧ ଟା ସମୟରେ ଏକ ନାଗ ସାପ ଝିଅଟିର ବେକରେ ଗୁଡେଇ ହୋଇଯାଇଥିଲା। ରାଗରେ ଫଁ ଫଁ ଗର୍ଜନ କରିବା ସହିତ ପ୍ରାୟ ୧ ଘଣ୍ଟା ଧରି ଝିଅଟିର ବେକରେ ଗୁଡେଇ ହୋଇ ରହିଥିଲା ଏହି ସାପ।

Snake bite

ସାପଟିର ଗର୍ଜନ ଶୁଣି ଭୟରେ ଝିଅଟି ଚିତ୍କାର କରିଥିଲା। ଏହା ପରେ ଘର ଲୋକେ ଏବଂ ପଡ଼ୋଶୀ ଉଠି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ତୁରନ୍ତ ଜଣେ ସାପ ଧରାଳିକୁ ଡାକିଥିଲେ ହେଁ ସେ ଆସିଲା ବେଳକୁ ସାପଟି ଝିଅକୁ ଚୋଟ ମାରି ସେଠାରୁ ଚାଲିଯାଇଥିଲା। ଝିଅଟିକୁ ଚିକିତ୍ସା ପାଇଁ ତୁରନ୍ତ ସେବାଗ୍ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, କୁନି ଝିଅଟିର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।