ଡିଜେ ଆଜେକ୍ସ ମୃତ୍ୟୁର ଖୋଲୁଛି ରହସ୍ୟ, ମୃତ୍ୟୁ ପୂର୍ବରୁ ପ୍ରେମିକା ମାରିଥିଲା ଚାପୁଡ଼ା, ଜାଣନ୍ତୁ ପୂରା ଘଟଣା

 
Dj Ajex

DJ ଆଜେକ୍ସ ଓରଫ ଅକ୍ଷୟ କୁମାର ଯାହାଙ୍କର ଡିଜେ ମ୍ୟୁଜିକ୍ ତାଳେ ତାଳେ ଝୁମି ଉଠୁଥିଲେ ଯୁବପିଢ଼ି। ରାଜ୍ୟ ତଥା ରାଜ୍ୟ ବାହାରେ କୌଣସି କାର୍ଯ୍ୟକ୍ରମରେ ଡିଜେ ଆଜେକ୍ସ ଆସୁଥିବାର ଖବର ଜଣାପଡିଲେ ତୁରନ୍ତ ସମସ୍ତ ଟିକେଟ୍ ବିକ୍ରି ହୋଇଯାଉଥିଲା। ପୁଅଙ୍କ ଠାରୁ ଆରମ୍ଭ କରି ଝିଅମାନେ ମଧ୍ୟ ଅକ୍ଷୟଙ୍କ ସହିତ ଗୋଟିଏ ସେଲ୍ଫି ନେବା ପାଇଁ ପାଗଳ ହୋଇଯାଉଥିଲେ। କିନ୍ତୁ, ଆଜି ଆମ ଗହଣରେ ନାହାଁନ୍ତି Dj ଆଜେକ୍ସ।

Dj ajax

 ତ୍ରିକୋଣୀୟ ପ୍ରେମ ରେସରେ ପଛରେ ପଡ଼ିଯାଇ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ସେ। ଅକ୍ଷୟଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିବା ବେଳେ ପ୍ରେମିକା ଜିଜ୍ଞାସା ମହାରଣାଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ତାଙ୍କ ପରିବାରବର୍ଗ। ଜିଜ୍ଞାସା ଏବଂ ତାର ସାଙ୍ଗ ରଶ୍ମି ହିଁ ମାନସିକ ଆଘାତ ଦେବା ସହିତ ଅକ୍ଷୟଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି।

Gf

ଆଜେକ୍ସଙ୍କ ସାଙ୍ଗଙ୍କ କହିବା ଅନୁଯାଇ ଆତ୍ମହତ୍ୟା କରିବାର ପୂର୍ବଦିନ ରାତିରେ ଅକ୍ଷୟ ପାଣ୍ଡରା ଛକସ୍ଥିତ ଜିଜ୍ଞାସାଙ୍କ ଭଡ଼ା ଘର ନିକଟକୁ ତାଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ, ଜିଜ୍ଞାସା ତାଙ୍କୁ ଦେଖା କରିବାକୁ ଆସିନଥିଲେ। ରଶ୍ମି ସହିତ ଥିବା ତାର ସମ୍ପର୍କ ବିଷୟରେ ଜିଜ୍ଞାସା ମାଆଙ୍କୁ ସବୁ ଜଣାଇଦେବେ ବୋଲି ଅକ୍ଷୟ କହିବାରୁ ଜିଜ୍ଞାସା ବାହାରକୁ ଆସି ତାଙ୍କୁ ଚାପୁଡ଼ା ମାରିଥିବା ଜଣାପଡିଛି। ଏହା ବ୍ୟତୀତ ତାଙ୍କୁ କୌଣସି ଏକ ଭିଡ଼ିଓ ଓ ଫୋଟୋ ଭାଇରାଲ କରିଦେବାର ଧମକ ମଧ୍ୟ ଦିଆଯାଉଥିବା ନେଇ ପ୍ରମାଣ ମିଳିଛି। ତେବେ, ପୋଲିସ ଉଭୟ ଜିଜ୍ଞାସା ଏବଂ ରଶ୍ମି ନାଁରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।