ଟ୍ରେନ୍ ଆସି ପହଞ୍ଚିଲା ବେଳକୁ ନିଶା ଖାଇ ଶୋଇଥିଲେ ଗେଟମ୍ୟାନ୍, ଭୁଲିଗଲେ ଟ୍ରେନ୍‌କୁ ସିଗ୍ନାଲ ଦେବା; ତା'ପରେ...

 
Man

ଆମ ଦେଶରେ ଟ୍ରେନ ଦୁର୍ଘଟଣାର ଖବର କିଛି ନୂଆ କଥା ନୁହେଁ। ଏଭଳି ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ପ୍ରାୟତଃ ମନୁଷ୍ୟକୃତ ଭୁଲ ଏବଂ ଅବହେଳା ପାଇଁ ହିଁ ହୋଇଥାଏ। ତେବେ, ଏଭଳି ହିଁ ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ବାଲେଶ୍ଵର ମଧ୍ୟରେ ଥିବା ଯୁଗୁପୁରା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ଫାଟକରେ କାର୍ଯ୍ୟରତ ଥିବା ଗେଟମ୍ୟାନ୍ ଟ୍ରେନ୍ ଆସିବା ସମୟରେ ଶୋଇରହିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ଚଳିତ ମାସ ୫ ତାରିଖରେ ଏଭଳି ଘଟଣା ଘଟିଛି। ବାଙ୍ଗିରିପୋଷି- ରୁପ୍ସା ଡିଏମୟୁ ସକାଳ ୯ ଟାରେ ଯୁଗୁପୁରା ଷ୍ଟେସନରେ ପହଞ୍ଚିଥିବା ବେଳେ ଉଭୟ ପଟ ଫାଟକ ବନ୍ଦ ରହିଥିଲା। କିନ୍ତୁ ଟ୍ରେନକୁ ସିଗ୍ନାଲ ଦେବାପାଇଁ ପୋଷ୍ଟରେ କାହାରି ଦେଖା ଦର୍ଶନନଥିଲା। ବାଧ୍ୟ ହୋଇ ଲୋକୋ ପାଇଲଟ ଟ୍ରେନରୁ ଓଲ୍ହାଇ ଫାଟକରେ ଦେଖିବା ବେଳକୁ ଦାୟିତ୍ୱରେ ଥିବା ଗେଟମ୍ୟାନ୍ ନିଶାଶକ୍ତ ଅବସ୍ଥାରେ ସୋଇରହିଥିବା ଦେଖିବାକୁ ପାଇଥିଲେ।

ଅଭିଯୁକ୍ତ ଗେଟମ୍ୟାନଙ୍କ ନାମ ରତ୍ନାକର ମହନ୍ତ ହୋଇଥିବା ବେଳେ ଲୋକୋ ପାଇଲଟ ତାଙ୍କୁ ନିଦରୁ ଉଠାଇବା ସହିତ ନିଜେ ହିଁ ଟ୍ରେନକୁ ଗ୍ରୀନ୍ ସିଗନାଲ୍ ଦେଇଥିଲେ। ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତଙ୍କୁ ଚାକିରୀରୁ ବହିଷ୍କାର କରି ଦିଆଯାଇଛି। କର୍ତ୍ତ୍ୟବରତ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ କାର୍ଯ୍ୟ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।