ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ଏବେ ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେମିତି

 
Gas

ରାସନ କାର୍ଡ ହିତାଧିକାରୀ ହୋଇଥିଲେ ଆପଣଙ୍କ ପାଇଁ ବଡ଼ ଖୁସି ଖବର! ଆଜ୍ଞା ହଁ, ରାସନ କାର୍ଡ ରହିଥିଲେ ଆପଣଙ୍କୁ ମାଗଣା ରାସନ ମିଳିବା ସହିତ ୫୦% ରିହାତିରେ ଗ୍ୟାସ୍ ସିଲିଣ୍ଡର ମଧ୍ୟ ମିଳିପାରିବ। ଏଭଳି ଘୋଷଣା କରିଛନ୍ତି ତେଲାଙ୍ଗାନା ସରକାର। ଏହା ନିର୍ବାଚନ ପାଇଁ ସରକାରଙ୍କର ଏକ ଯୋଜନା ହୋଇପାରେ ବୋଲି ବିଶ୍ୱାସ କରାଯାଉଅଛି।

Gas

ତେଲେଙ୍ଗାନା ସରକାର ଧଳା ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ସର୍ଭେ ଅନୁଯାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦ ଲକ୍ଷ ଧଳା ରାସନ କାର୍ଡ ରହିଛି। ସେଥିମଧ୍ୟରୁ ୬୫ ଲକ୍ଷଙ୍କ କାର୍ଡରେ ଗ୍ୟାସ ସଂଯୋଗ ରହିଛି।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now

ଅବଶିଷ୍ଟ ୨୬ ଲକ୍ଷ କାର୍ଡରେ କୌଣସି ଗ୍ୟାସ ସଂଯୋଗ ରହିନାହିଁ। ତେଣୁ ସେମାନେ ଏହି ସୁବିଧାର ହିତାଧିକାରୀ ହୋଇପାରିବେ ନାହିଁ। କିନ୍ତୁ, ଯଦି ସେମାନଙ୍କ ମଧ୍ୟରୁ କାର୍ଡଧାରୀ ମାନେ ଏବେ ଗ୍ୟାସ ସଂଯୋଗ କରନ୍ତି ତେବେ ସେମାନେ ନିଶ୍ଚିତ ଭାବରେ ଏହି ଯୋଜନାର ଫାଇଦା ଉଠାଇ ପାରିବେ।

Ration card

ନିର୍ବାଚନର ଏକ ଅଂଶ ଭବାରେ ଏହାକୁ ଦେଖା ଯାଉଥିବା ବେଳେ ଏଥିସହିତ ଦିଆଯାଇଥିବା ପ୍ରତିଶ୍ରୁତିର ଏକ ଅଂଶ ଭାବରେ, ସ୍ୱାସ୍ଥ୍ୟ କାର୍ଡ଼ ଓ ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ମଧ୍ୟ ଲାଗୁ କରାଯାଇଛି। ମହାଲକ୍ଷ୍ମୀ ଯୋଜନା ଅଧୀନରେ ଗ୍ୟାସ ଯୋଜନା ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।

Gas

ଏହା ବ୍ୟତୀତ ତେଲାଙ୍ଗାନା ସରକାର କ୍ୟାବିନେଟ ବୈଠକରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଏଥିଲାଗି ବିଦ୍ୟୁତ ବିଭାଗ ତରଫରୁ ଘର ଘର ବୁଲି ହିତାଧିକାରୀଙ୍କ ଚିହ୍ନଟ କରାଯାଉଅଛି। ସେମାନଙ୍କର ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଯାଞ୍ଚ କରାଯାଇ ସଂଯୋଗ କରିବାର ବ୍ୟବସ୍ଥା ଜାରି ରହିଛି।

ଆହୁରି ପଢ଼ନ୍ତୁ:- ଜେଲ୍ ମଧ୍ୟରେ କଏଦୀ ହେଉଛନ୍ତି ଗର୍ଭବତୀ! କିଏ କରୁଛି? ଜନ୍ମ ହୋଇଥିବା ୧୯୬ ଶିଶୁଙ୍କ ବାପା କିଏ?