ମିଳିବ ସୁଭଦ୍ରା ଯୋଜନା ଟଙ୍କା, ଘୋଷଣା କଲେ ସରକାର କିନ୍ତୁ ଏହି ମହିଳାମାନେ ପଡିବେ ବାଦ୍
ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଛି ସୁଭଦ୍ରା ଯୋଜନା । ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ସରକାର । ନିର୍ବାଚନ ପ୍ରଚାର ପ୍ରସାର ସମୟରେ ବିଜେପି ତରଫରୁ ଘୋଷଣା କରା ଯାଇଥିଲା କି ଯଦି ସେ ସରକାର ଗଠନ କରେ ତେବେ ସେ ଏହି ଯୋଜନା ଲାଗୁ କରିବ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଯାହାକି ବର୍ତ୍ତମାନ କାର୍ଯ୍ୟକାରୀ ହେବାକୁ ଯାଉଛି ।ତେବେ ଏହି ସୁଭଦ୍ରା ଯୋଜନା ବିଷୟରେ ତ ଆପଣ ନିହାତି ଅବଗତ ଥିବେ । ଏହି ଯୋଜନା ମହିଳା ମାନଙ୍କ ପାଇଁ ଉପଲବ୍ଧ ରହିଛି । ତେବେ ଜାଣନ୍ତୁ କେବେ ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଏହି ଯୋଜନା...
ଏହି ଯୋଜନା ଅନୁଯାୟୀ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ମିଳିବାକୁ ଯାଉଛି । ଏହି ଯୋଜନାର ମୂଳ ଲକ୍ଷ ହେଉଛି ମହିଳା ମାନଙ୍କୁ ସଶକ୍ତିକରଣ କରିବା । ସମସ୍ତେ ଏଥି ପ୍ରତି ପୂର୍ବରୁ ଅବଗତ ଥିଲେ ମଧ୍ୟ ସମସ୍ତଙ୍କ ମନରେ ଏହି ଯୋଜନାକୁ ନେଇ ଅନେକ ପ୍ରଶ୍ନ ଥିଲା ।
କେବେ ଠାରୁ ଏହା କାର୍ଯ୍ୟକାରୀ ହେବ ? କେବେ ମହିଳା ମାନେ ଏହି ଭାଉଚର୍ ପାଇବେ ? ଆବେଦନ ପ୍ରକ୍ରିୟା କିପରି ରହିବ ? ଏପରି ଅନେକ କିଛି.... କିନ୍ତୁ ବର୍ତ୍ତମାନ ସମସ୍ତ ସନ୍ଦେହ ଦୂର ହୋଇଛି ।
କାରଣ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ଯୋଜନାକୁ ନେଇ ଏକ ବାଦ ଘୋଷଣା କରିଛନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଦିନ ଠାରୁ ହିଁ ଏହି ଭାଉଚର୍ ପ୍ରଦାନ କରିବେ । ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖ ଠାରୁ ।
ତାଙ୍କ କହିବା ଅନୁସାରେ, ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଏହା ହେଉଛି କି ଗୋଟେ ପରିବାରରେ କେବଳ ଜଣେ ମହିଳା ହିଁ ଏହାର ଲାଭ ଉଠାଇ ପାରିବେ ।