୨୦ ବର୍ଷୀୟ ଝିଅ ଫଟୋ ଦେଖାଇ ୪୫ ବର୍ଷୀୟ ମହିଳା ସହ କରାଉଥିଲେ ବିବାହ, ଆଉ ତାପରେ...

 
Bara kanya

ଉତ୍ତର ପ୍ରଦେଶର ଇଟାୱାଠାରେ କିଛି ଦଲାଲ ଜଣେ ଯୁବକଙ୍କ ସହିତ ୪୫ ବର୍ଷ ବୟସ୍କା ମହିଳାଙ୍କୁ ବଳପୂର୍ବକ ବିବାହ କରାଇବାକୁ ଉଦ୍ୟମ କରୁଥିବା କଥା ସାମ୍ନାକୁ ଆସିଛି। ଯୁବକଙ୍କ ଅଭିଯୋଗ ଅନୁଯାଇ ବିବାହ ପୂର୍ବରୁ ଦଲାଲମାନେ ତାଙ୍କୁ ଏକ ୨୦ ବର୍ଷର ଝିଅର ଫୋଟୋ ଦେଖାଇଥିଲେ। କିନ୍ତୁ ବିବାହ ସମୟରେ ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କୁ ମଣ୍ଡପରେ ବସାଇ ଦିଆଯାଇଥିଲା।

Marriage

ଦଲାଲମାନେ ଶତ୍ରୁଗ୍ନ ସିଂ ନାମକ ଜଣେ ଯୁବକଙ୍କୁ ଏପରି ଭାବରେ ଠକିବାକୁ ଉଦ୍ୟମ କରିଥିଲେ। ପୂର୍ବରୁ ଦଲାଲମାନେ ଶତ୍ରୁଗ୍ନଙ୍କୁ ପାଖରେ ଥିବା ଏକ ମନ୍ଦିରରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହିତ ଭେଟ କରାଇଥିଲେ। ଯୁବତୀଙ୍କ ସହିତ ତାଙ୍କ ମାଉସୀ ମଧ୍ୟ ଆସିଥିବା ବେଳେ ସେହିଠାରେ ହିଁ ଶତ୍ରୁଗ୍ନଙ୍କର ଉକ୍ତ ଯୁବତୀଙ୍କ ସହିତ ବିବାହ ଠିକ କରାଯାଇଥିଲା। ଏପରିକି ଦଲାଲମାନେ ଶତ୍ରୁଗ୍ନଙ୍କ ଠାରୁ ବିବାହ ପାଇଁ ୩୫ ହଜ଼ାର ଟଙ୍କା ଅଗ୍ରୀମ ଆକାରରେ ମଧ୍ୟ ନେଇଥିଲେ। 

Satrugna with his mother

ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ଦିନରେ ଶତ୍ରୁଗ୍ନ ମଣ୍ଡପ ପାଖରେ ନିଜ ମାଆଙ୍କ ସହିତ ପହଞ୍ଚିଥିଲେ। ଏପରିକି ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିବାବେଳେ ଶତ୍ରୁଗ୍ନଙ୍କ ମାଆ କନ୍ୟାର ଚେହେରା ଦେଖି ନେଇଥିଲେ। କନ୍ୟାଟି ୪୫ ବର୍ଷ ବୟସ୍କା ଏବଂ ଦୁଇଟି ଛୁଆର ମାଆ ହୋଇଥିବାରୁ ଶତ୍ରୁଗ୍ନ ବିବାହ ପାଇଁ ମନା କରିଦେଇ ପୋଲିସରେ ଅଭିଯୋଗ କରିବାକୁ ବାହାରିଥିଲେ। ଉପସ୍ଥିତ ଥିବା ଦଲାଲମାନେ ତାଙ୍କୁ ମାରିବାକୁ ଗୋଡ଼ାଇଥିଲେ ହେଁ ଜେନେ-ତେନେ ଶତ୍ରୁଗ୍ନ ଥାନାରେ ପହଞ୍ଚି ଏଥିନେଇ ଏତଲା ଦେଇଛନ୍ତି। ତେବେ, ପୋଲିସ ଏତଲାକୁ ଆଧାର କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।