ସାବଧାନ ସ୍ୱାମୀ! ଏଣିକି ପତ୍ନୀଙ୍କ ଜନ୍ମଦିନ ଭୁଲି ଯାଇଥିଲେ ଯିବାକୁ ପଡିପାରେ ଜେଲ୍, ଜାଣନ୍ତୁ ପୂରା ଖବର

 
Jail

ସ୍ୱାମୀ ହୋଇ ପତ୍ନୀଙ୍କର ଜନ୍ମଦିନ ନିହାତି ଭାବରେ ମନେ ରଖନ୍ତୁ ନଚେତ୍ ଆପଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏପରିକି ଏଥିପାଇଁ ଆପଣଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ! କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ, ସାମୋଆ ନାମକ ଦେଶରେ ଏଭଳି ଏକ ଅଜବ ନିୟମ ପ୍ରଣୟନ ହୋଇଛି।

Samoa

ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀ ପାଇଁ ବେସ୍ ପରିଚିତ ଏହି ଦ୍ବୀପରେ ଏମିତି ହିଁ ଏକ ଆଇନର ପାଳନ କରାଯାଇଥାଏ। ସ୍ତ୍ରୀର ଜନ୍ମଦିନ ଭୁଲିବାକୁ କେବଳ ଯେ ଏକ ଅପରାଧ ଭାବରେ ଧରାଯାଏ ତାହା ନୁହେଁ ବରଂ ଏଥିପାଇଁ ଜେଲ୍ ଦଣ୍ଡ ସହିତ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିବ।

Jail

ନିୟମ ଅନୁଯାଇ ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କର ଜନ୍ମଦିନ ଭୁଲି ଯାଇଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦିଆଯାଇଥାଏ। ଏହାପରେ ଦ୍ଵିତୀୟ ଥର ଏପରି ଭୁଲ କଲେ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହିତ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥାଏ। ଉତ୍ତର କୋରିଆରେ ଏପରି ହିଁ ଏକ ନିୟମ କରାଯାଇଥିବା କୁହାଯାଉଛି।