ଦେଖନ୍ତୁ ଭିଡ଼ିଓ: ଦୁର୍ଘଟଣା ବେଳର ଛାତିଥରା କାହାଣୀ ବଖାଣିଲେ ମତ୍ସ୍ୟଜୀବୀ ମାନସ: ଉଦ୍ଧାର ବେଳେ ବଞ୍ଚିଥିଲେ ଅରିନ୍ଦମ ଭାଇ ହେଲେ..

 
Maschyajibi

ମୁଣ୍ଡୁଳୀ ବ୍ୟରେଜ୍ ଠାରେ ହୋଇଥିବା ବୋଟ ଦୁର୍ଘଟଣାରେ ଦୁଇ ଜଣଙ୍କର ଅକାଳ ବିୟୋଗ ଘଟିଛି। ଦୁର୍ଘଟଣାର କିଛି ସମୟ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଡାକ୍ତରଖାନାରେ ସେ ମୃତ୍ୟୁବରଣ କରିଥିଲେ। ସେହିପରି ପ୍ରଖର ସ୍ରୋତରେ ଭାସିଯାଇଥିବା ଓଡ୍ରାଫ୍ ଯବାନ ସିତାରାମ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି।

Boat mishap

ତେବେ, ଉଦ୍ଧାର ସମୟରେ ସାମ୍ବାଦିକ ଅରିନ୍ଦମ ଦାସ ବଞ୍ଚିଥିଲେ ବୋଲି କହିଛନ୍ତି ତାଙ୍କୁ ଉଦ୍ଧାର କରିଥିବା ଫରେଷ୍ଟଗାର୍ଡ ମାନସ ବେହେରା। ତାଙ୍କ କହିବା ଅନୁଯାଇ ଉଦ୍ଧାର ସମୟରେ ଅରିନ୍ଦମ ଆଖି ମିଟିମିଟି କରୁଥିଲେ। ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ସେହି ଆମ୍ବୁଲାନ୍ସ ଭିତରେ ହିଁ ଅରିନ୍ଦମ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି କୁହାଯାଉଛି।

ମାନସଙ୍କ କହିବା ଅନୁଯାଇ ବୁଡିଯାଉଥିବା ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ। ସେଠାରୁ ସେ ଅରିନ୍ଦମଙ୍କ ସହିତ ଆଉ ତିନି ଜଣଙ୍କୁ ମଧ୍ୟ ଉଦ୍ଧାର କରିଥିବା ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ମୃତ୍ୟ ବରଣ କରିଥିବା ଅରିନ୍ଦମଙ୍କୁ ଓଟିଭି ପକ୍ଷରୁ ୪୦ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେହିପରି ସହୀଦ ସିତରାମ ମୁର୍ମୁଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶବ ସତ୍କାର କରାଯାଇଛି।