ଫେଲ୍ ମାରିଲା ବାତ୍ୟାର ପୂର୍ବାନୁମାନ! ଏଥର ସଠିକ୍ ଆକଳନ କାହିଁକି କରିପାରିଲାନି ପାଣିପାଗ ବିଭାଗ? ଜାଣନ୍ତୁ

 
Cyclone

ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କରାଯାଇଥିବା ଆକଳନ ଅନୁଯାଇ ଗତକାଲି ୨୬ ତାରିଖରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା "ୟାସ"। ପୂର୍ବରୁ ବ୍ୟାପକ କ୍ଷେୟକ୍ଷତିର ଅନୁମାନ କରାଯାଉଥିଲେ ମଧ୍ୟ ଭଗବାନଙ୍କ ଦୟାରୁ ଅଳ୍ପକେ ବର୍ତ୍ତିଯାଇଥିଲା ଓଡ଼ିଶା। ମାତ୍ର ଅଳ୍ପ କେତୋଟି ସ୍ଥାନରେ ଏହାର ଭୟାଭୟତା ଅନୁଭବ କରାଯାଇଥିବା ବେଳେ 'ପଣି' ଓ ‘ତାଉ-ତେ’ ପରି ଏହା ସେପରି କିଛି କ୍ଷତି କରି ପାରିନଥିଲା।

ତେବେ ଏହି ବାତ୍ୟା ବର୍ତ୍ତମାନ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହା ପାଣିପାଗ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସାମୁଦ୍ରିକ ଝଡ଼ ବଙ୍ଗୋପସାଗରରେ ଜନ୍ମ ନେବାଠାରୁ ହିଁ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ଅନେକ ଥର ନିଜର ଗତି ଏବଂ ଗତିପଥ ବଦଳାଇ ଥିବାରୁ ଏହାକୁ ସଠିକ ଭାବରେ ପୂର୍ବାନୁମାନ କରିପାରିନଥିଲା ପାଣିପାଗ ବିଭାଗ।

ଏପରିକି ଏହା ଭିତରକନିକାରେ ସ୍ଥଳଭାଗ ଛୁଇଁବ ତ କିଏ ଏହା ଭଦ୍ରକ-ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି କହୁଥିଲେ। କିନ୍ତୁ, ଅନ୍ୟ ବାତ୍ୟା ଗୁଡିକ ପରି ଏହାର ଗତିପଥକୁ ପାଣିପାଗ ବିଭାଗ କଣ ପାଇଁ ସଠିକ ଭାବରେ ଆକଳନ କରିପାରିଲାନାହିଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପାଣିପାଗ ବିିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା ଅନୁଯାଇ ଏନ୍‌ସିଇପି ଜିପିଏସ୍‌ ମଡ଼େଲ ଅନୁଯାଇ ଦୁଇଦିନ ପୂର୍ବରୁ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା। କିନ୍ତୁ 'ୟାସ' ୮ କିଲୋମିଟର ଉପର ବାୟୁମଣ୍ଡଳରେ ଦିଗ ପରିବର୍ତ୍ତନ କରିବା, ଉପକୂଳ ପାଖକୁ ଆସିବା ଆଗରୁ ମାତ୍ର ୮ ରୁ ୧୨ ଘଣ୍ଟା ମଧ୍ୟରେ ଦୁଇଥର ଦିଗ ପରିବର୍ତ୍ତନ କରିବା ଏବଂ ଉର୍ଧ୍ବଗାମୀ ବାୟୁର ବେଗ କମିଯିବା କାରଣରୁ ଏହାକୁ ପୂର୍ବାନୁମାନ କରିବା କଷ୍ଟକର ହୋଇଥିଲା।

ଅନ୍ୟପକ୍ଷରେ ଆହୁରି କିଛି ବିଶେଷଜ୍ଞଙ୍କ ମତରେ 'ୟାସ' ସ୍ଥଳଭାଗଠାରୁ ବହୁତ ପାଖରେ ସୃଷ୍ଟି ହୋଇଥିବାରୁ ଏହା ଅନ୍ୟ ବାତ୍ୟା ଗୁଡିକ ଅପେକ୍ଷା କ୍ଷିପ୍ର ଗତିରେ ଆସିଥିଲା ଏବଂ ଏହାର ଗତିପଥରେ ପରିବର୍ତ୍ତନ ଦେଖାଯାଇଥିଲା। ସାଧାରଣତଃ ବାତ୍ୟା ଗୁଡିକ ଜଳଭାଗରେ ଅଧିକ ଦିନ ରହି ଘନୀଭୂତ ହୋଇଥାଏ ଏବଂ ଏହା ସେହିଠାରୁ ହିଁ ନିଜର ଶକ୍ତି ଗୋଟାଇ ଥାଏ।

କିନ୍ତୁ ୟାସ କ୍ଷେତ୍ରରେ ଏହା ସମ୍ଭବ ହୋଇନଥିଲା କାରଣ ଏହା ୨୪ ତାରିଖରେ ବାତ୍ୟାର ରୂପ ଗ୍ରହଣ କରିଥିବା ବେଳେ ୨୬ ତାରିଖରେ ସ୍ଥଳଭାଗ ଛୁଇଁଥିଲା। ତେବେ ‘ତାଉ-ତେ’ ଓ ‘ୟାସ୍‌’ ଯେଭଳି ନିଜର ଗତିପଥ ବଦଳାଇଲେ, ଏହାକୁ ମଡ଼େଲ୍ ଭାବେ ନେଇ ଅଧିକ ଗବେଷଣା କରାଯିବାର ସୂଚନା ମିଳୁଛି। ଏହାଦ୍ବାରା ଭବିଷ୍ୟତରେ ବାତ୍ୟା ନିର୍ଣ୍ଣୟ ଆଉ ଟିକେ ସହଜ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି।