ପୃଥିବୀ ପୃଷ୍ଠରୁ ୫୦୦୦ ଫୁଟ ଉଚ୍ଚତାରେ ରହିଛି ଏହି ଶିଡି, ଏଥିରେ ଯୁଆଡେ ଦେଖିବେ କେବଳ ବାଦଲ ହିଁ ବାଦଲ, ଜାଣନ୍ତୁ ପୁରା ଖବର

 
Heaven road

କୁହାଯାଏ ସବୁଠାରୁ ସୁନ୍ଦର୍ ସ୍ଥାନ ହେଉଛି ସ୍ବର୍ଗ । ମର୍ତ୍ତ୍ୟ ଠାରୁ ଢେର୍ ଗୁଣରେ ସୁନ୍ଦର୍ । ଏମିତି ଅନେକ କଥା ଆପଣ ଶୁଣିଥିବେ ସ୍ବର୍ଗ ବିଷୟରେ । ତେବେ କଥା ଶୁଣିବାରେ ମନ ନିଶ୍ଚିତ ହେଉଥିବ ଥରେ ଜୀବନ୍ତ ଅବସ୍ଥାରେ ସ୍ବର୍ଗ ଦେଖିବା ପାଇଁ ।

ହେଲେ ଆମେ ଯଦି କହୁ ଏହା ସମ୍ଭବ , ଆପଣ ଜୀବନ୍ତ ଅବସ୍ଥାରେ ହିଁ ସ୍ବର୍ଗ ଦେଖି ପାରିବେ ତେବେ ଆପଣଙ୍କ ପ୍ରତିକ୍ରିୟା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ରହିବ ।

M

ହେଲେ ହଁ ଆଜ୍ଞା ଏହି ସ୍ୱର୍ଗକୁ ଯିବାର ବାଟ ରହିଛି ଆମର ପଡୋଶୀ ଦେଶ ଚୀନ୍ ରେ । ଚୀନ୍ ର ଦିଆଙ୍ଗ ପର୍ବତ ହେଉଛି ଏହି ସ୍ୱର୍ଗକୁ ବାଟ । ଏହି ପର୍ବତ ଭୂମି ଠାରୁ ପ୍ରାୟ ୫ ହଜାର ଫୁଟ୍ ଉଚ୍ଚତାରେ ରହିଛି ।

ଆପଣ ଏହାକୁ ଦେଖିଲେ ନିଶ୍ଚିତ ଅନୁଭବ କରି ସାରିଥିବେ ସ୍ଵର୍ଗର । କାରଣ ଅତି ଉଚ୍ଚରେ ଅବସ୍ଥିତ ହେତୁ ଆପଣଙ୍କୁ ଏଠାରେ ସବୁ ଧୁଆଁ ମୟ ଦେଖାଯିବ ।

ପ୍ରାୟ ୨୫୩ ଶତାବ୍ଦୀର ପାହାଡ ଭାଙ୍ଗିବାରୁ ଏହି ସ୍ଥାନର ସନ୍ଧାନ ମିଳିଥିଲା । ଏହି ଦିଆଙ୍ଗ ପର୍ବତର ଉଚ୍ଚତା ପ୍ରାୟ ୪୩୧ ଫୁଟ୍ ରହିଛି । ଯାହା ଦେଖିବାକୁ ଯେତିକି ସୁନ୍ଦର୍ ସେତିକି ଭୟଙ୍କର ମଧ୍ୟ ।