ବଢ଼ିଲା ରାନୀ ଏବଂ ମିଷ୍ଟର ଗଜପତି ବିବାଦ! ସତରେ କଣ ରାନୀଙ୍କୁ ମାଡ଼ ମାରିଛନ୍ତି ଗଜପତି?

 
Fight

ପୁଣିଥରେ ଚର୍ଚ୍ଚାରେ ରାନୀ ମ୍ୟାଡାମ୍! ଏଥର କିନ୍ତୁ ରାନୀ ପଣ୍ଡା ନୁହେଁ ବରଂ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାନୀ ପ୍ରିୟଦର୍ଶିନୀ। ଆଜ୍ଞା ହଁ, ରାନୀଙ୍କୁ କୁଆଡେ କିଛି ଦୁର୍ବୁତ୍ତ ଅପହରଣ କରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ନିଜ ଓକିଲଙ୍କ ମାଧ୍ୟମରେ ରାନୀ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ବରଂ ମିଷ୍ଟର ଗଜପତି କୁଆଡେ ତାଙ୍କୁ ଆକ୍ରମଣ କରିଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

Rani

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:-

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now

ତେବେ, ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ମିଷ୍ଟର ଗଜପତି। ତାଙ୍କ କହିବା ଅନୁଯାଇ ରାନୀ ପ୍ରିୟଦର୍ଶିନୀଙ୍କର ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ଅଟେ। ସେ ବର୍ତ୍ତମାନ ସେତେଟା ଫେମସ୍ ହୋଇ ନାହାଁନ୍ତି ତେଣୁ ବିବାଦ ଭିତରକୁ ଯାଇ ପପୁଲାର୍ ହେବାକୁ ଚେଷ୍ଟା କରୁଛନ୍ତି। 

Gajapati

ରାନୀ ପ୍ରିୟଦର୍ଶିନୀଙ୍କର ବର୍ତ୍ତମାନ ନିଶା ମହାରଣା ଭଳି ଅବସ୍ଥା ବୋଲି କହିଛନ୍ତି ମିଷ୍ଟର ଗଜପତି। ବିବାଦ ଆରମ୍ଭ କରିବା ପାଇଁ ତାଙ୍କୁ କେହି ମିଳିଲେନି ସେଥିପାଇଁ ବୋଧେ ତାଙ୍କ ନାମ ନେଲେ ବୋଲି କହିଛନ୍ତି ଗଜପତି। ରାନୀଙ୍କର ପୁରା ଜନ୍ମ କୁଣ୍ଡଳୀ ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି।

Rani

ଟଙ୍କା ରୋଜଗାର କରିବାର ଏହା ସେମାନଙ୍କ ପାଇଁ ଏକ ନୂଆ ତରିକା ବୋଲି ଗଜପତି କହିଛନ୍ତି। ପୂର୍ବରୁ ନିଶା ଏଭଳି କରିଥିବା ବେଳେ ଏବେ ରାନୀ ପ୍ରିୟଦର୍ଶିନୀ ସେମାନଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଗଜପତିଙ୍କ କହିବା ଅନୁଯାଇ ଏହା ରାନୀଙ୍କର ପ୍ରକୃତ ନାମ ନୁହେଁ ତାଙ୍କ ଅସଲି ନାମ ବାସନ୍ତୀ ଅଟେ।

 

କେବଳ ସୋସିଆଲ ମିଡିଆରେ ନିଜର ଏକ ଚ୍ୟାନେଲ କାରଣରୁ ସେ ନିଜ ନାମ ବଦଳାଇ ଦେଇଛନ୍ତି। ଗଜପତି ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ସେପରି କୌଣସି ରୋଷ୍ଟିଂ ଚ୍ୟାନେଲ୍ ନାହିଁ। ଯେଉଁମାନେ ଅତି ଉଦ୍ଧତ ହୁଅନ୍ତି ସେମାନଙ୍କୁ ହିଁ ସେ ରୋଷ୍ଟ କରନ୍ତି। ତାଙ୍କର ବ୍ୟସ୍ତ ସମୟ ମଧ୍ୟରେ କେତେବେଳେ ଯେ ରାଣୀ ପ୍ରିୟଦର୍ଶନୀଙ୍କୁ ଆକ୍ଷେପ କରି କହିଲେ ତାହା ସେ ନିଜେ ହିଁ ଜାଣି ନାହାଁନ୍ତି ତେଣୁ ଏହି ସବୁ ପ୍ରହସନକୁ ତୁରନ୍ତ ବନ୍ଦ କରିବାକୁ ତାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ:- ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର….