ଉଜୁଡି ଗଲା ଖୁସିର ସଂସାର! ଝିଅ ବାହାଘର କରିବା ପୂର୍ବରୁ ଉଠିଲା ବାପାର କୋକେଇ, ପୁରା ଘଟଣା ଜାଣି ହେବେ ଦୁଃଖିତ

 
ଉଜୁଡି ଗଲା ଖୁସିର ସଂସାର! ଝିଅ ବାହାଘର କରିବା ପୂର୍ବରୁ ଉଠିଲା ବାପାର କୋକେଇ, ପୁରା ଘଟଣା ଜାଣି ହେବେ ଦୁଃଖିତ

ସେଦିନ ଥିଲା ଝିଅର ବାହାଘର, ଖୁସିରେ ଫାଟି ପଡୁଥିଲା ଘର ସଂସାର କିନ୍ତୁ ଏହି ଖୁସିରେ ଲାଗିଗଲା କରୋନା ର ନଜ଼ର। ଝିଅକୁ ଶାଶୂଘର ବିଦା କରିବା ପୂର୍ବରୁ କରୋନା ରେ ଚାଲିଗଲା ଏହି ବ୍ୟକ୍ତିଙ୍କ ଜୀବନ। ଏହିପରି ଏକ ଦୁଃଖଦାୟକ ଘଟଣା ଘଟିଛି ଆଜମଗଡ଼ ଅଞ୍ଚଳରେ।

ଏହି ଘଟଣା ମୁତାବକ ଆଜମଗଡ଼ ମାତବରଜଞ୍ଜ ଅଞ୍ଚଳର ଏହି ବ୍ୟକ୍ତି ଜଣକ ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ ଏବଂ ସେ କରୋନା ରେ ଆକ୍ରାନ୍ତ ହେବାରୁ ତାଙ୍କୁ ଚକ୍ରପାନପୁର ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ବ୍ୟକ୍ତିଙ୍କ ଝିଅର ବାହାଘର ଆସନ୍ତା ୨୬ ତାରିଖରେ ସ୍ଥିର ହୋଇସାରିଥିବା ବେଳେ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଏହି ଖବର ପାଇ ପରିବାର ଭିତରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ନିଜ ପରିବାରର ପୁଅ, ବୋହୂ, ସ୍ତ୍ରୀ ଏବଂ ଅବିବାହିତ ଝିଅଟିକୁ ଏକା କରି ଛାଡ଼ି ଚାଲିଯିବା ପରେ ବାହାଘର ପାଇଁ ଘରେ ହୋଇଥିବା ଏକ ଖୁସିର ମାହୋଲ୍ ଦୁଃଖରେ ବଦଳି ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ବର୍ତ୍ତମାନ କରୋନାର ନୂତନ ଷ୍ଟ୍ରେନ ସଂକ୍ରମଣ ବଢ଼ୁଥିବାରୁ ମୃତ୍ୟୁ ହାର ମଧ୍ୟ ବଢ଼ିଛି। ଏଥିସହିତ ଭାରତରେ ପୁଣି କରୋନା ପାଇଁ ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି।