ଭାରତର ଏକମାତ୍ର ସ୍ଥାନ ଯାହାକୁ ଏଯାଏଁ ଛୁଇଁ ବି ପାରିନାହିଁ କରୋନା, ଜାଣନ୍ତୁ କେଉଁଠି ସେ ଜାଗା

 
ଭାରତର ଏକମାତ୍ର ସ୍ଥାନ ଯାହାକୁ ଏଯାଏଁ ଛୁଇଁ ବି ପାରିନାହିଁ କରୋନା, ଜାଣନ୍ତୁ କେଉଁଠି ସେ ଜାଗା

ବର୍ତ୍ତମାନ ସମୟରେ ସାରା ଭାରତ କରୋନା ଦ୍ୱାରା କବଳିତ ହୋଇ ରହିଛି। ଭାରତର ପ୍ରାୟତଃ ସମସ୍ତ ରାଜ୍, ସହର ଏବଂ ଜିଲ୍ଲାରେ ଥିବା ଲୋକେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଉଛନ୍ତି। କିନ୍ତୁ ଏଭଳି ସଙ୍ଗିନ ପରିସ୍ଥିତି ରେ ମଧ୍ୟ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠାକୁ ପହଞ୍ଚି ପାରିନାହିଁ କରୋନା।

ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଭାରତର ଅଂଶ ଥିବା ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜ ରେ ଥିବା ନର୍ଥ ସେଣ୍ଟିନେଲ୍ ଦ୍ବୀପ। ଏହି ସ୍ଥାନକୁ ଛୁଇଁପାରି ନାହିଁ କରୋନା ଭୂତାଣୁ। ଏଥିସହିତ ଏହି ଦ୍ବୀପକୁ ମହାମାରୀ ନ ଛୁଇଁ ପାରିବାର କାରଣ ମଧ୍ୟ ଅଟେ ବେସ୍ ରୋଚକ। ପ୍ରକୃତରେ ନର୍ଥ ସେଣ୍ଟିନେଲ୍ ଦ୍ବୀପରେ ରୁହନ୍ତି ବେସ୍ ପ୍ରାଚୀନ ଆଦିବାସୀ ସମ୍ପ୍ରଦାୟର ଲୋକେ।

ଏହି ଲୋକମାନଙ୍କର ବାହାର ଦୁନିଆ ସହ ବର୍ଷ ବର୍ଷ ଧରି କୌଣସି ସମ୍ପର୍କ ରହିନାହିଁ ଏବଂ ସେମାନେ ନିଜକୁ ଏହି ଦ୍ବୀପରେ ହିଁ ବାହାର ଦୁନିଆ ଠାରୁ ବିଚ୍ଛିନ୍ନ କରି ରଖିଛନ୍ତି। ତେବେ ଭାରତ ସ୍ୱାଧୀନ ହେବା ପୂର୍ବରୁ ଆଭିସ୍କାର ହୋଇସାରିଥିବା ଏହି ଦ୍ବୀପ କୁ ଏବେ ମଧ୍ୟ ଯିବାକୁ ସାହସ କରିପାରନ୍ତି ନାହିଁ ଲୋକେ। ଏଠାରେ ରହୁଥିବା ଆଧିବାସୀମାନଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ଏବଂ ହିଂସ୍ର ସମ୍ପ୍ରଦାୟ ବୋଲି ବିବେଚନା କରାଯାଇ ସାରିଛି।

ପୂର୍ବରୁ କିଛି ଲୋକେ ସେଠାକୁ ଯିବାକୁ ସାହସ କରିଥିଲେ ମଧ୍ୟ ସମସ୍ତଙ୍କୁ ସେମାନଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଥାଏ। ଶେଷଥର ପାଇଁ ୨୦୧୮ ମସିହାରେ ଜନ୍ ଆଲେନ୍ ଚାଓ ନାମକ ଜଣେ ବ୍ୟକ୍ତି ସେଠାକୁ ଯାଇଥିଲେ। କିନ୍ତୁ ଏହା ପରେ ସେଠାରେ ତାଙ୍କୁ ମାରି ଦିଆଯାଇଥିଲା। ଏପରିକି ସେଠାରୁ ଚାଓଙ୍କ ମୃତ ଶରୀର ମଧ୍ୟ ଉଦ୍ଧାର କରାଯାଇ ପାରିନଥିଲା।

ତେବେ ପୂର୍ବରୁ ଏହି ଦ୍ୱୀପର ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ସବୁ ନିଷ୍ଫଳ ହୋଇଯାଇଥିଲା। ଶେଷରେ ୨୦୦୫ ମସିହାରୁ ଏଠାକୁ ଯିବାକୁ ନେଇ ବ୍ୟାନ୍ ଲଗାଇଥିଲେ ଭାରତ ସରକାର। ତେବେ ୨୦୧୧ ମସିହା ଜନଗଣନା ଅନୁଯାଇ ଏଠାକାର ଜନସଂଖ୍ୟା ମାତ୍ର ୧୫ ହୋଇଥିବା ବେଳେ ଏଠାରେ ୫୦ ରୁ ୪୦୦ ଜଣ ଆଧିବାସୀ ରହୁଥିବା ବିଶ୍ୱାସ କରାଯାଏ।