ଦେଖନ୍ତୁ ଭିଡ଼ିଓ: କଣ ସତରେ ନିଜକୁ ଭୁଲ ରେ ଗୁଳି କରିଦେଲା ମୂର୍ଖ ତାଲିବାନ ଆତଙ୍କବାଦୀ? ଜାଣନ୍ତୁ ଭାଇରାଲ ଭିଡ଼ିଓର ସତ୍ୟତା….

 
Talibani shoots himself

ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନକୁ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଯାଇଛି। ପ୍ରାୟତଃ ଆମେରିକା ଦ୍ୱାରା ଆଫଗାନିସ୍ତାନ ସେନାକୁ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ଏଥିରେ ସାମିଲ ରହିଛି। ତେବେ, ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଭୁଲବଶତଃ ଜଣେ ଆତଙ୍କବାଦୀ ନିଜକୁ ହିଁ ଗୁଳି କରିଦେଉଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:

ଏହି ଭିଡ଼ିଓରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣେ ତଳିବାନୀ ଏବଂ ସେ ଅତ୍ୟାଧୁନିକ ବନ୍ଧୁକ ଚଳାଇ ଜାଣିନଥିବାରୁ ଭୁଲବଶତଃ ନିଜକୁ ନିଜେ ସୁଟ୍ କରିଦେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଭିଡ଼ିଓର ସତ୍ୟତା କୁ ନେଇ ମଧ୍ୟ ଆଙ୍ଗୁଳି ଉଠିଛି। ପ୍ରକୃତରେ ଏହି ଭିଡ଼ିଓଟି ପାକିସ୍ତାନର ଅବବୋତାବାଦରେ ୨୦୧୯ ମସିହାରେ ରେକର୍ଡ଼ କରାଯାଇଥିଲା।

ସେଠାରେ ଏକ ବିବାହ ସମାରୋହରେ ଖୁସି ହୋଇ ଗୁଳି ଫୁଟାଇବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ତେବେ, ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ହେବା ପରେ ପୁଣି ଥରେ ଏହି ଭିଡ଼ିଓଟିକୁ ଭାଇରାଲ କରାଯାଉଥିବା କୁହାଯାଉଛି।