ଏଣିକି ରାତି ୧୧ଟରୁ ସକାଳ ୬ ପର୍ଯ୍ୟନ୍ତ ମୋବାଇଲ୍‌ରେ ଖୋଲିବ ନାହିଁ ହ୍ୱାଟ୍ସଆପ୍? ନୂଆ ନିର୍ଦ୍ଦେଶନାମା ହେଲା ଜାରି, ଜାଣନ୍ତୁ ପୂରା ଖବର

 
Whatsapp

ପୁଣି ଥରେ ଅପଗ୍ରେଡ୍ ହେବାକୁ ଯାଉଛି ହ୍ଵାଟ୍ସଆପ୍। କିଛି ଦିନ ମଧ୍ୟରେ ଏହାର ଏକ ନୂଆ ଭର୍ସନ ଲଞ୍ଚ ହେବାକୁ ଯାଉଥିବା ସୂଚନା ମିଳିଛି। କମ୍ପାନୀ ଆଣୁଥିବା ନୂଆ ଫିଚର ଆଣ୍ଡ୍ରଏଡ୍ ବିଟା ଭର୍ସନରେ ଦେଖାଯିବ ବୋଲି ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଆଇକନ୍ ତିଆରି କରିବା ସହିତ ୟୁଜର୍ସମାନେ ଆଇକନ୍‌ର ରଙ୍ଗ ମଧ୍ୟ ପରିବର୍ତ୍ତନ କରିପାରିବେ ବୋଲି ଜଣାପଡିଛି। କେବଳ ଏତିକି ନୁହେଁ ଆପ୍‌ରେ ଆଗାମୀ ଦିନରେ ଫଟୋ ଗୁଡ଼ିକ ଇମୋଜି ପରି ଦୃଶ୍ୟମାନ ହେବ ବୋଲି କୁହାଯାଉଛି।

Whatsapp

ଏତେ ସବୁ ନୂଆ ଫିଚର୍ସ ସହିତ ହ୍ଵାଟ୍ସଆପର ନୂଆ ଭର୍ସନ ଲଞ୍ଚ ହେଉଥିବା ବେଳେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଆଉ ଏକ ଖବର ବେସ୍ ଚର୍ଚ୍ଚାରେ ରହିଛି। ଭାଇରାଲ ହେଉଥିବା ଏହି ପୋଷ୍ଟରେ ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ଖୋଲିବ ନାହିଁ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ଯେଉଁମାନେ ଏହି ମେସେଜ୍‌କୁ ଫରୱାର୍ଡ ନକରନ୍ତି ସେମାନଙ୍କ ଅକାଉଣ୍ଟକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ଦ କରି ଦିଆଯିବ ଏବଂ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ହେଲେ ୪୯୯ ଟଙ୍କା ରିଚାର୍ଜ କରିବାକୁ ହେବ ବୋଲି କୁହାଯାଉଛି।

Ban on whatsapp

ହ୍ୱାଟ୍ସଆପ୍‌ ବ୍ୟବହାର କରୁଥିବା ଲୋକମାନେ ଏହି ଖବର ପାଇବା ପରେ ବେସ ଚିନ୍ତିତ ହୋଇ ପଡିଛନ୍ତି। ତେବେ, ଭାଇରାଲ ହେଉଥିବା ଏହି ମେସେଜଟି ଭିତ୍ତିହୀନ ବୋଲି PIB ର ଫ୍ୟାକ୍ଟ ଚେକ୍ ଟିମ୍ ପକ୍ଷରୁ କୁହାଯାଇଛି। ସରକାରଙ୍କ ତରଫରୁ ଏଭଳି କୌଣସି ନିର୍ଦ୍ଦେଶନାମା ଦିଆଯାଇନାହିଁ ତେଣୁ ଏଥିନେଇ ଡ଼ରିବାର କୌଣସି କାରଣ ନାହିଁ ବୋଲି PIB ପକ୍ଷରୁ ସ୍ପଷ୍ଟ କରାଯାଇଛି।