WHO ର ବଡ଼ ଚେତାବନୀ, ଏହି ଭାଇରସ୍ ଯୋଗୁଁ ଗାଈ କ୍ଷୀର ପିଇଲେ ହେବ ବାର୍ଡ ଫ୍ଲୁ !

 
gai milk

WHO ଦେଲା ନୂଆ ସଂକେତ । ଏଣିକି ଗାଈ କ୍ଷୀର ପିଇଲେ ମଣିଷ ମାନଙ୍କୁ ହେଉଛି ବାର୍ଡ ଫ୍ଲୁ ! ହଁ ଆଜ୍ଞା , ଆପଣ ଠିକ୍ ଶୁଣିଛନ୍ତି । ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲ୍ୟୁ ଭାଇରସ୍ ଷ୍ଟ୍ରେନ H5N1 ଚିହ୍ନଟ ହୋଇଛି । ଯାହା ବର୍ତ୍ତମାନ ବିଶ୍ଵର ଏକ ମୁଖ୍ୟ ସମସ୍ୟା ପାଲଟିଛି ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଆମେରିକାର କିଛି ସ୍ଥାନରେ ଗାଈ ମାନଙ୍କ ଠାରେ ଏହା ଚିହ୍ନଟ କରା ଯାଇଛି । ସମୟ କ୍ରମେ ସଂକ୍ରମଣର ସଂଖ୍ୟା ବଢ଼ି ଚାଲିଛି । ଆମେରିକାର ଜଣେ ବ୍ୟକ୍ତି ଗାଈ କ୍ଷୀର ଖାଇ ବାର୍ଡ ଫ୍ଲୁ ରେ ଆକ୍ରାନ୍ତ ହେବା ପରେ ଏହି ରହସ୍ୟ ସାମ୍ନାକୁ ଆସିଛି । 

R

୨୦୨୦ରୁ ବାର୍ଡ ଫ୍ଲୁର ସଂକ୍ରମଣ ବଢ଼ିବାରେ ଲାଗିଥିଲା । ଯେଉଁଥିରେ ବନ୍ୟ ପକ୍ଷୀ ଓ କୁକୁଡ଼ା ମାନେ ସାଧାରଣ ଭାବେ ଶିକାର ହେଉଥିଲେ । କିନ୍ତୁ ବର୍ତ୍ତମାନ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ବର୍ତ୍ତମାନ ଏହି ସଂକ୍ରମଣ ଆଉ ବନ୍ୟ ପକ୍ଷୀଙ୍କ ଠାରେ ସୀମିତ ହୋଇ ନାହିଁ । ଏହା ମଣିଷ ଭଳି ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମଣ କରୁଛି । 

ବର୍ତ୍ତମାନ୍ ଆମେରିକୀୟ ଗାଈ ମାନଙ୍କ ଠାରେ ବାର୍ଡ ଫ୍ଲୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଗାଈ କ୍ଷୀରରେ ଅଧିକ ଜୀବାଣୁ ଦେଖିବାକୁ ମିଳୁଛି । ଯାହା ଚିନ୍ତାର ବିଷୟ ଅଟେ ।