ଦେଖନ୍ତୁ ଭିଡ଼ିଓ: ନାଳ ଭିତରେ ଫସିଗଲେ ହାତୀ ପଲ, ଅନେକ ଚେଷ୍ଟା ପରେ ମଧ୍ୟ ବାହାରକୁ ବାହାରି ପାରିଲେ ନାହିଁ, ଆଉ ତାପରେ...

 
Elephant

ନାଳ ଭିତରକୁ ପଶିଗଲେ ସିନା କିନ୍ତୁ ଆଉ ଉପରକୁ ଉଠି ପାରିଲେନି ହାତୀ ଦଳ। ଏହିପରି ଏକ ଘଟଣା କ୍ୟାମେରାରେ ରେକର୍ଡ଼ ହେବାପରେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକ ମୈସୁର ଜିଲ୍ଲା ଅନ୍ତର୍ଗତ ହୁନସୁର୍ ତାଲୁକାରେ ଏଭଳି ଘଟଣା ଘଟିଛି। ଏଠାରେ ଏକ ହାତୀ ପଲ ଏକ ନାଳରେ ଫସି ଯାଇଥିବା ବେଳେ ଉପରକୁ ଆସିବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ ଜାରି ରଖିଥିଲା।


ମିଳିଥିବା ସୂଚନା ଅନୁଯାଇ ଏହି ହାତୀ ପଲଟି ନିକଟସ୍ଥ ଏକ ଗାଁ ଭିତରକୁ ପଶି ଯାଇଥିଲେ ଫଳରେ ସେଠାକାର ଲୋକେ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ହାତୀ ଗୁଡିକ ନାଳରେ ଫସିଯିବା ପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଗାଁ ଲୋକେ ଏବଂ ବନ ବିଭାଗ ଅଧିକାରୀମାନଙ୍କ ସହାୟତାରେ ହାତୀମାନଙ୍କୁ ଉଦ୍ଧାର କରାଯାଇଥିଲା। ହାତୀପ୍ରବଣ ଇଲାକାରେ ଏଭଳି ଅପ୍ରୀତିକର ପରିସ୍ଥିତି ପାଇଁ ନାଳ ଗୁଡିକର ନିର୍ମାଣ ଢାଞ୍ଚାକୁ ଦାୟୀ କରାଯାଉଛି। ଏହି ଭାଇରାଲ ଭିଡ଼ିଓଟିକୁ IFS ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଅକାଉଣ୍ଟରେ ପୋଷ୍ଟ କରିଥିଲେ। 

From around the web