ପୁଣି ଭାରତ କୁ ଥରାଇଲା ଭୂମିକମ୍ପ, ଭାରତର ଏହି ସ୍ଥାନରେ ଅନୁଭୂତ ହେଲା ଭୂମିକମ୍ପ, ଡର ବିକଳରେ ଘରୁ ବାହାରି ଗଲେ ଲୋକେ

 
ପୁଣି ଭାରତ କୁ ଥରାଇଲା ଭୂମିକମ୍ପ, ଭାରତର ଏହି ସ୍ଥାନରେ ଅନୁଭୂତ ହେଲା ଭୂମିକମ୍ପ, ଡର ବିକଳରେ ଘରୁ ବାହାରି ଗଲେ ଲୋକେ

ସୋମବାର ରାତିରେ ବିହାରର ସୀମାଞ୍ଚଳ ଅଞ୍ଚଳରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ବିହାର ର ଆରାରିଆ, ମୁଙ୍ଗେର୍, ସୁପାଲ୍, ମାଧେପୁରା ଏବଂ କାଟିହରର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ସ୍ଥାନରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।

ସିକ୍କିମ-ଭୁଟାନ ସୀମାରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ରିଚ୍ଟର ସ୍କେଲରେ ଏହି ଭୂକମ୍ପର ମାତ୍ରା ୫.୪ ବୋଲି ମାପ କରାଯାଇଛି। ତେବେ ବିହାର ରାଜଧାନୀ ପାଟନା ଏହି ଭୂକମ୍ପ ଦ୍ୱାରା ଆଂଶିକ ପ୍ରଭାବିତ ହୋଇଥିବା ଜଣା ଯାଇଛି।ବିହାରର ସୀମାଞ୍ଚଳ ଅଞ୍ଚଳର ଏହାର ତୀବ୍ରତା ଟିକେ ଅଧିକ ଅନୁଭବ ହୋଇଛି ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ପାଟଣାର ନିର୍ଦ୍ଦେଶକ ବିବେକ ସିହ୍ନା।

ସୂଚନାନୁସାରେ, ସୋମବାର ରାତି ୮.୫୩ ସମୟରେ କୋସି-ସୀମାଞ୍ଚଳ ଏବଂ ପୂର୍ବ ବିହାରର ଅନେକ ଜିଲ୍ଲାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଡରିଯାଇ ଅନେକ ଅଞ୍ଚଳରେ ଲୋକମାନେ ନିଜ ଘରୁ ବାହାରକୁ ଚାଲିଆସିବା ସହ ଏଣେ ତେଣେ ଦୌଡୁଥିବା ଦେଖିବାକୁ ମିଳିଥିଲା।