ମହିଳାଙ୍କୁ ଗର୍ଭବତୀ କରାଇଲେ ମିଳିବ ୧୩ ଲକ୍ଷ ଟଙ୍କା! ସାଇବର ଲୁଟେରାଙ୍କ ନୂଆ ଫନ୍ଦି, ଜାଣନ୍ତୁ ପୁରା ଖବର

 
Women pregnant
ମହିଳା ମାନଙ୍କୁ ପ୍ରେଗନେଣ୍ଟ କଲେ ମିଳିବ ୧୩ ଲକ୍ଷ ଟଙ୍କା । ନିଯୁକ୍ତିର ଏକ ବଡ଼ ସୁଯୋଗ ବାହାର କରିଛନ୍ତି ସାଇବର୍ ଠକେଇ ସଂସ୍ଥା । ପୁରା ଫିଲ୍ମ ଷ୍ଟୋରି ପରି ବିଛାଇଥିଲେ ଜାଲ । ସବୁଠୁ ସହଜ ଉପାୟରେ ଟଙ୍କା ରୋଜଗାରର ଦେଖାଉଥିଲେ ପ୍ରଲୋଭନ । ଜଣା ନାହିଁ କେତେ ଲୋକଙ୍କୁ ଠକିଛନ୍ତି । ପଇସା ଦେବା ନାଁରେ ଓଲଟା ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ର

ଘଟଣାଟି ସମ୍ପୂର୍ଣ କହିବା ପୂର୍ବରୁ ଆମେ ଆପଣଙ୍କୁ ଏତିକି କହିବୁ ସ୍ମାର୍ଟ ଯୁଗ ସହିତ ସ୍ମାର୍ଟ ମଣିଷ ବନନ୍ତୁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । କାରଣ ବର୍ତ୍ତମାନର ସ୍ମାର୍ଟ ଇଣ୍ଟରନେଟରେ ଆଖି ପିଛୁଳାକେ ହୋଇଯିବେ ସର୍ବଶାନ୍ତ । ତେବେ ଏଭଳି ଏକ ଫିଲ୍ମ ଷ୍ଟାଇଲ ରେ ଠକେଇ ମାମଲା ଦେଖିବାକୁ ମିଳିଥିଲା ବିହାରର ନୱାଡାରେ । 

ପୋଲିସ୍ ଦୀର୍ଘ ଦିନ ହେଲା ଏହି ସାଇବର୍ ଠକ ମାନଙ୍କୁ ଧରିବା ପାଇଁ ଜାରି ରଖିଥିଲା କାର୍ଯ୍ୟାନୁଷ୍ଠାନ । ହଠାତ୍ ସୁରାଗ ପାଇ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା ପୋଲିସ୍ । ଯେଉଁଠାରୁ ସେ ୮ଜଣ ସାଇବର ଅପରାଧିଙ୍କୁ ଗିରଫ କରିବା ସହିତ ୯ଟି ମୋବାଇଲ୍ ଓ ଗୋଟିଏ ପ୍ରିଣ୍ଟର ଜବତ୍ କରିଥିଲା । ତେବେ ଏ ଯାଏଁ ଧରା ପଡିନି ଗ୍ୟାଙ୍ଗର ମୁଖ୍ୟ ଆସାମୀ । 

ସୂଚନା ଅନୁସାରେ ଏହି ଫ୍ରଡ୍ ମାନେ ଅଲ୍ ଇଣ୍ଡିଆ ପ୍ରେଗ୍ନେଣ୍ଟ ଜବ୍ ନାମକ ଏକ ସାଇଟ୍ ଅପରେଟ କରୁଥିଲେ । ସେମାନେ ସାଧାରଣତଃ ପୁରୁଷ ମାନଙ୍କୁ ଟାର୍ଗେଟ କରୁଥିଲେ । ପୁରୁଷ ମାନଙ୍କୁ ନିଜର କଥାର ମାୟା ଜାଲରେ ଫସାଇ ପ୍ରଚୁର ଟଙ୍କାର ପ୍ରଲୋଭନ ଦେଖାଉଥିଲେ । ଏମାନେ ପୁରୁଷ ମାନଙ୍କୁ ଅଫର୍ ଦେଉଥିଲେ ଯେ ନିସନ୍ତାନ ମହିଳା ମାନଙ୍କୁ ପ୍ରେଗନେଣ୍ଟ କରାଅ । ଏପରି କରିବା ଦ୍ବାରା ଏକ ବଡ଼ ଆମଉଣ୍ଟର ର ଟଙ୍କା ଦିଆଯିବ ବୋଲି କହୁଥିଲେ । 

Cyber crime

ଏପରିକି ଏହି ସଂସ୍ଥା ବଡ଼ ଚାଲାଖିରେ ପୁରୁଷ ମାନଙ୍କ ଠାରୁ ଟଙ୍କା ମଧ୍ୟ ହେଉଥିଲା । ଯେପରିକି ରେଜିଷ୍ଟ୍ରେସନ୍ ଫିସ୍ ନାମରେ ପ୍ରଥମେ ୭୯୯ ଟଙ୍କା ନେଇଥିଲା । ଏବଂ ପରେ ଜାଲରେ ସମ୍ପୂର୍ଣ ଫସି ଯାଇଥିବା ପୁରୁଷ ମାନଙ୍କ ଠାରୁ ସିକୁରିଟି ମନି ଭାବେ ୫ ରୁ ୨୦ ହଜାର ପର୍ଯ୍ୟନ୍ତ ଦାବୀ କରୁଥିଲା ।