ଦେଖନ୍ତୁ ଭିଡ଼ିଓ: ପୁଣି ସମଲିଙ୍ଗୀ ବିବାହ କୁ ନେଇ ବୟାନ ଦେଲେ ଦୂତି, କହିଲେ "ମଣିଷ କୁକୁରକୁ ବିବାହ କରୁଛି କିନ୍ତୁ ଆମେ ତ...

 
Duti

ସମଲିଙ୍ଗୀ ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚାର ପରିସରରେ ଆସିଛନ୍ତି ଦୂତି ଚାନ୍ଦ। ପୂର୍ବରୁ ମଧ୍ୟ ନିଜର ବାନ୍ଧବୀ ମୋନାଲିସାଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ, ଏବେ ସମଲିଙ୍ଗୀ ବିବାହକୁ ନେଇ କୋର୍ଟ ପକ୍ଷରୁ ଅନୁମତି ନ ମିଳିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦୌଡ଼ରାଣୀ ଦୂତି। ସେ ଏଥିନେଇ ସୋସିଆଲ ମିଡିଆରେ ଏକ ଫୋଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Dutee

ଦୂତି ଜଣେ ମହିଳା କୁକୁରକୁ ବିବାହ କରୁଥିବାର ଫୋଟୋ ପୋଷ୍ଟ କରିବା ସହିତ ଲେଖିଛନ୍ତି ଯେ ଆଜିର ଦୁନିଆରେ ମଣିଷ କୁକୁରକୁ ବିବାହ କରିବା ଆଇନ ସଂଗତ, କିନ୍ତୁ ଆମ୍ଭକୁ ବିବାହ କରିବା ପାଇଁ ଅନୁମତି ମିଳୁନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଲିଙ୍ଗୀ ବିବାହ ମଣିଷର ମୌଳିକ ନୁହେଁ ବୋଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି।

ତେବେ, ସରକାରଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଦିନେ ନା ଦିନେ ଏହି ଆଇନରେ ପରିବର୍ତ୍ତନ ଆସିବ। ଏବେ କୋର୍ଟର ରାୟ ପରେ ମୋନାଲିସାଙ୍କ ଠାରୁ ସେ ଅଲଗା ହେବେ କି? ବୋଲି ପ୍ରଶ୍ନ ପଚରା ଯିବାରୁ ଦୂତି କହିଛନ୍ତି ଯେ ଏହା କଦାପି ସମ୍ଭବ ନୁହେଁ। ବିବାହ କରିବାକୁ ଅନୁମତି ମିଳିନି ସତ କିନ୍ତୁ, ଅଲଗା ହେବାପାଇଁ ମଧ୍ୟ ଆମ୍ଭକୁ କୁହାଯାଇନାହିଁ। ତେଣୁ, ପୂର୍ବରୁ ଆମେ ଯେପରି ଏକାଠି ରହୁଥିଲୁ ସେହିପରି ଭାବରେ ହିଁ ଏକାଠି ରହିବୁ ବୋଲି କହିଛନ୍ତି ଦୂତି। ଆହୁରି ମଧ୍ୟ ୨୦୨୪ରେ ସେ ମୋନାଲିସାଙ୍କୁ ବିବାହ କରିଥାନ୍ତେ ଏହା ସମ୍ଭବ ନ ହେବାରୁ ସେ ମର୍ମାହତ ବୋଲି କହିଛନ୍ତି ଦୂତି।

ଆହୁରି ପଢ଼ନ୍ତୁ:- ନବରାତ୍ରୀ ସମୟରେ ଶାରୀରିକ ସମ୍ପର୍କ ରଖିବା ଭୁଲ୍ ନା ଠିକ୍ ? ଜାଣନ୍ତୁ ଆମର ଶାସ୍ତ୍ର କଣ କହୁଛି