ଦେଖନ୍ତୁ ଭିଡ଼ିଓ: କୋଭିଡ଼ ନିୟମ ନ ମାନି ଭସାଣିରେ ଯୋଗ ଦେଇଥିଲେ ଦୂତୀ ଚାନ୍ଦ, ପୋଲିସ ପଚାରିବାରୁ କଲେ ଯୁକ୍ତିତର୍କ ଏବଂ..

 
Dutee chand

ସେଲିବ୍ରିଟି ସାଜିବା ପରେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି, କୋଭିଡ଼ ନିୟମ କୁ ବେଖାତିର କରିବା ସହ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଧମକ ଦେଇଛନ୍ତି ଷ୍ଟାର ଧାବିକା ଦୂତୀ ଚାନ୍ଦ। କୋଭିଡ଼ କଟକଣାକୁ ଫୁ କରିଦେଇ ଭସାଣିରେ ଯୋଗଦେଇଥିବା ବେଳେ, ସେ ପୋଲିସ ସହ ଯୁକ୍ତିତର୍କ କରୁଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Dutee chand

ମିଳିଥିବା ସୂଚନା ଅନୁଯାଇ କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିନା ଅନୁମତିରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଲୋକମାନେ ସାମାଜିକ ଦୂରତ୍ୱ ନ ମାନିବା ସହ ବିନା ମାସ୍କରେ ନାଚ ଗୀତରେ ମସଗୁଲ ରହିଥିଲେ। ଏ ସଂକ୍ରାନ୍ତରେ ଖବର ପାଇଁ କୁଆଖିଆ ପୋଲିସ ସେଠାରେ ପହଞ୍ଚିଥିଲା ଓ ଚାଲିଥିବା କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିଲା। କିନ୍ତୁ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଷ୍ଟାର ଧାବିକା ଦୂତୀ ଚାନ୍ଦ ପୋଲିସକୁ ନାଲି ଆଖି ଦେଖାଇଥିଲେ।

ଭାଇରାଲ ହେଉଥିବା ଭିଡ଼ିଓରେ ପୋଲିସ କର୍ମଚାରୀଙ୍କୁ ଦୂତୀ," ମୋତେ ଚିନ୍ହି ପାରୁନ" ବୋଲି ପଚାଇଥିଲେ। ଏହାପରେ ସେ ଏସସ୍ପିକୁ ଫୋନ କରିବାର ଧମକ ମଧ୍ୟ ଦେଇଥିଲେ। ବେସ କିଛି ସମୟ ଧରି ଦୂତୀ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ତେବେ, ବିନା ଅନୁମତିରେ ଭସାଣି କାର୍ଯ୍ୟକ୍ରମ ହେଉଥିବା ଏବଂ ଡିଜେ ବାଜୁଥିବାରୁ ଏହାକୁ ବନ୍ଦ କରିବାକୁ ପଡିଥିଲା ବୋଲି କୁଆଖିଆ ପୋଲିସ ତରଫରୁ କୁହାଯାଇଛି।