ରାଜଧାନୀରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା, ପୋଲିସକୁ ଧମକ, ମୁଁ ମନ୍ତ୍ରୀଙ୍କ ପୁଅ, ବାଟ ଛାଡ଼ ନହେଲେ..ଦେଖନ୍ତୁ ଭିଡ଼ିଓ

 
Highdrama

" ମୁଁ ମନ୍ତ୍ରୀଙ୍କ ପୁଅ, ମୋତେ ଛାଡ ନହେଲ, ଗୋଟିଏ ଫୋନ୍‌ କରିବି,ତୋ ଚାକିରୀ ଖାଇଯିବି"। ଏହା କୌଣସି ଫିଲ୍ମର ଡାଇଲଗ ନୁହେଁ ବରଂ ଲକଡ଼ାଉନ ବେଳେ ମଦ ନିଶାରେ ଚୂର ହୋଇଥିବା ଏକ ବ୍ୟକ୍ତି ପୋଲିସ କୁ ଦେଉଥିବା ଧମକ ଅଟେ।

ଗତକାଲି ରାତିରେ ଭୁବନେଶ୍ୱର ଫାୟାର ଷ୍ଟେସନ ନିକଟରେ ପୋଲିସ ଚେକିଂ କରୁଥିବା ବେଳେ ଘଟିଥିଲା ଏହି ହାଇ ଡ୍ରାମା। ଏଥିରେ ପୋଲିସ କୋଭିଡ଼ କଟକଣା ନ ମାନିବା ଏବଂ ପୋଲିସ କୁ ଗାଳିଗୁଲଜ କରିବା ଅପରାଧରେ ଜୀବନ ଜ୍ୟୋତି ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଦେଖନ୍ତୁ ଭିଡ଼ିଓ-

(ସୌଜନ୍ୟ:- ଓଟିଭି)

ପୁରା ଘଟଣା ମୁତାବକ ଗତ କାଲି ସପ୍ତାହନ୍ତ ସଟ୍-ଡାଉନ ଥିବାରୁ ସନ୍ଧ୍ୟା ବେଳେ ଫାୟାର୍ ଷ୍ଟେସନ୍ ଛକରେ ପୋଲିସ ଚେକିଂ କରୁଥିଲା। ଏତିକି ବେଳେ ଜୀବନ ନାମକ ଏହି ଯୁବକ ନୟାପଲ୍ଲୀ ଆଡୁ ସେଠାକୁ ଆସି ପୋଲିସ ହାତରେ ଧରାପଡିଥିଲେ। ତେବେ ସେଠାରେ ସେ ନିଜ ଭୁଲ ମାନିବା ବଦଳରେ ଓଲଟା ପୋଲିସ କୁ ଧମକ ଚମକ ଦେଇଥିଲେ। ପୋଲିସ ତାଙ୍କୁ ତାଙ୍କ ପରିଚୟ ପତ୍ର ମାଗିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେବା ସହ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଚାକିରି ଖାଇଯିବେ ବୋଲି ଧମକ ଦେଇଥିଲେ। 

ତେବେ ହାବ ଭାବରୁ ସେ ମାତ୍ରାଧିକ ମଦ୍ୟପାନ କରିଥିବା ଜଣାପଡ଼ୁଥିବାରୁ ତାଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚରା କରିଥିଲା ଏବଂ ସେଠାରେ ସେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ ବୋଲି ଜଣାପଡିଥିଲା।