ମଦ ନିଶାରେ ଯୁବତୀଙ୍କ ଉନ୍ମତ୍ତକାଣ୍ଡ! ପୋଲିସକୁ ଗାଳିଗୁଲଜ କରି ସମସ୍ତଙ୍କ ସାମ୍ନାରେ ହେଲେ ଉଲଗ୍ନ, ଦେଖନ୍ତୁ ଭିଡ଼ିଓ

 
Mahila nka kanda

ମଦ ନିଶା କଲା ବଇଆ, ମଦ ନିଶାରେ ଚୂର ହୋଇ ପୋଲିସକୁ ନାକେଦମ କରିଲେ ଯୁବତୀ। ଏହିଭଳି ଏକ ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଯୁବତୀ ଜଣକ ନିଶାରେ ଜଣେ ପୋଲିସ କନେଷ୍ଟବଳଙ୍କୁ ମାଡ଼ ମାରିଥିବା ମଧ୍ୟ କୁହାଯାଉଛି। ଏପରିକି ପୋଲିସକୁ ଚପଲରେ ପିଟିବା ସହିତ ଥାନାରେ ଉଲଗ୍ନ ହୋଇ ହଙ୍ଗାମା କରିଥିବା ଜଣାଯାଇଛି।

Madyap jubati

ମିଳିଥିବା ସୂଚନା ଅନୁଯାଇ ବଲାଙ୍ଗୀର କଚେରି ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଳ ଅମୀୟ ପଟେଲଙ୍କୁ ହଠାତ୍‌ ଜଣେ ମଦ୍ୟପ ଯୁବତୀ ଆସି ଆକ୍ରମଣ କରିଥିଲେ। ତାଙ୍କୁ ଚପଲ ଖୋଲି ପିଟିବା ସହିତ ଅସଭ୍ୟ ଭାଷାରେ ଗାଳି ମଧ୍ୟ କରିଥିଲେ ଏହି ଯୁବତୀ। ଅମୀୟ ତୁରନ୍ତ ଥାନାକୁ ଯୋଗାଯୋଗ କରିବା ପରେ ମହିଳା ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ।

Jubati

ସେମାନେ ସେଠାରେ ପହଞ୍ଚିବା ପରେ ଯୁବତୀଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଥାନାରେ ଯୁବତୀ ଜଣକ ଉଲଗ୍ନ ହୋଇ ଉତ୍ପାତ କରିବା ସହ ପୋଲିସ କୁ ଗାଳି ଗୁଳଜ କରିଥିଲେ। ତେବେ, ପ୍ରାଥମିକ ତଦନ୍ତରୁ ଯୁବତୀ ଜଣକ ପଶ୍ଚିମବଙ୍ଗର ଏବଂ ଅନେକ ଦିନ ହେବ ଭୁବନେଶ୍ୱରରେ ରହି ଆସୁଥିବା ଜଣାଯାଇଛି। ତେବେ, କେହିଜଣେ ତାଙ୍କୁ ବଲାଙ୍ଗୀର ଆଣି ମଦ ପିଆଇ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି। ଦେଖନ୍ତୁ ଭିଡ଼ିଓ-