ଦେଖନ୍ତୁ ଭିଡ଼ିଓ: ଚନ୍ଦ୍ରଭାଗା ସମୁଦ୍ର କୂଳରେ ଜଳକ୍ରୀଡ଼ା କଲେ ଡଲଫିନ୍! ଉପଭୋଗ କରନ୍ତୁ ଏହି ଅଦ୍ଭୁତ ଦୃଶ୍ୟ….

 
Dophin

ସାମୁଦ୍ରିକ ଜୀବ ମାନଙ୍କ ମଧ୍ୟରେ ଡ଼ଲଫିନ୍ ମାନଙ୍କର ଏକ ଅନନ୍ୟ ସ୍ଥାନ ରହିଛି। ଗବେଷକମାନଙ୍କ କହିବା ଅନୁଯାଇ ଡ଼ଲଫିନମାନେ ବେସ ଚତୁର ଏବଂ ଚଳଚଞ୍ଚଳ ହୋଇଥାନ୍ତି। ସେହିପରି ଜଳକ୍ରୀଡା କରୁଥିବା ଡଲଫିନମାନଙ୍କୁ ଦେଖିବା କାହାକୁ ଅବା ପସନ୍ଦ ନୁହେଁ। ତେବେ, ଗତକାଲି ଚନ୍ଦ୍ରଭାଗା ସମୁଦ୍ରକୂଳରେ ଡଲଫିନ୍ ମାନେ ଜଳକ୍ରୀଡା କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ଗଣମାଧ୍ୟମରେ ଘୁରି ବୁଲୁଛି।

Dolphin

ସୂଚନା ମୁତାବକ ଗତକାଲି ସକାଳେ ସୂର୍ଯ୍ୟୋଦୟର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକମାନେ ଚନ୍ଦ୍ରଭାଗା ସମୁଦ୍ରକୂଳକୁ ଆସିଥିଲେ। କିନ୍ତୁ, ସୂର୍ଯ୍ୟୋଦୟର ମନମୋହକ ଦୃଶ୍ୟ ଦେଖିବା ସହିତ ପର୍ଯ୍ୟଟକ ମାନଙ୍କୁ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରକୃତରେ ସକାଳୁ ସକାଳୁ କିଛି ଡ଼ଲଫିନ୍ ସମୁଦ୍ରକୂଳକୁ ଆସି ଜଳକ୍ରୀଡା କରୁଥିବାର ଦେଖିବାକୁ ମିଳିଥିଲା।

ଏବେ ଅଲିଭ୍ ରିଡ଼ଲେ ଅଣ୍ଡା ଦେବାର ସମୟ ହୋଇଥିବାରୁ ସମୁଦ୍ର ଭିତରକୁ ଟ୍ରଲର୍ ଏବଂ ବୋଟମାନଙ୍କୁ ଯିବା ପାଇଁ ନିଷେଧ କରାଯାଇଛି। ଏଥିପାଇଁ ହୁଏତ ଡ଼ଲଫିନମାନଙ୍କୁ ସମୁଦ୍ର କୂଳରେ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି। ଏପରି କଟକଣା ବଳବତ୍ତର ରହିଲେ ପର୍ଯ୍ୟଟକ ମାନଙ୍କୁ ଏହି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।