ପିପିଇ କିଟ୍ ଖୋଲି ସୋସିଆଲ ମିଡିଆରେ ଫୋଟୋ ସେୟାର୍ କରିଲେ ଏହି ଡାକ୍ତର, ଜାଣନ୍ତୁ ପିପିଇ କିଟ୍ ଖୋଲିଲା ପରେ କଣ ହୁଏ ଅବସ୍ଥା 

 
ପିପିଇ କିଟ୍ ଖୋଲି ସୋସିଆଲ ମିଡିଆରେ ଫୋଟୋ ସେୟାର୍ କରିଲେ ଏହି ଡାକ୍ତର, ଜାଣନ୍ତୁ ପିପିଇ କିଟ୍ ଖୋଲିଲା ପରେ କଣ ହୁଏ ଅବସ୍ଥା

କରୋନା ମହାମାରୀର ଦ୍ୱିତୀୟ ଲହର ଦେଶ ସାରା ବ୍ୟାପିବାରେ ଲାଗିଛି।  ପରିସ୍ଥିତି ଏତେ ଖରାପ ଯେ ଏପର୍ଯ୍ୟନ୍ତ କୋଭିଡ ପାଇଁ ଦୁଇ ଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଇ ସାରିଛନ୍ତି।  ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି ଅମ୍ଳଜାନ, ଆମ୍ବୁଲାନ୍ସ ଏବଂ ଔଷଧ ଭଳି ମୌଳିକ ଜିନିଷ ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି। ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନେ ଦିନରାତି ଏହି ମହାମାରୀର ମୁକାବିଲା କରୁଥିବା ବେଳେ।


ବର୍ତ୍ତମାନ ସୋସିଆଲ ମିଡିଆରେ ଡାକ୍ତରଙ୍କ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପିପିଏ କିଟ୍ ବାହାର କରିବା ପରେ ଝାଳରେ ଓଦା ହୋଇଯିବା ସହ ସମ୍ପୂର୍ଣ୍ଣ ଭାବରେ ଥକିଯାଇଥିବା ନଜର ଆସୁଛନ୍ତି।

ଏହି ଚିତ୍ରକୁ ସୋହେଲ ନାମକ ଜଣେ ଡାକ୍ତର ୨୮ ଏପ୍ରିଲ ବୁଧବାର ଦିନ ଟ୍ୱିଟରରେ ସେୟାର କରିଛନ୍ତି। ଏହା ସହ କ୍ୟାପସନରେ ସେ "ଦେଶ ପାଇଁ କିଛି କରିଥିବାରୁ ଗର୍ବିତ" ବୋଲି ଲେଖିଛନ୍ତି। ବର୍ତ୍ତମାନ ଏହି ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଛି।


ପ୍ରକୃତରେ ଏହି ଫୋଟୋ ଟି ଦୁଇଟି ଫୋଟୋର ଏକ କୋଲାଜ୍ ଅଟେ ଯେଉଁଥିରେ ପ୍ରଥମ ଟିରେ ସୋହେଲ ପିପିଇ କିଟ୍ ପିନ୍ଧିଥିବା ବେଳେ ଦ୍ୱିତୀୟ ଚିତ୍ରଟିରେ ପିପିଇ କିଟ୍ ଖୋଲିବା ପରେ ଝାଳରେ ଓଦା ହୋଇଯାଇଥିବା ଦୃଶ୍ୟମାନ ହେଉଛି।

ତେବେ ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଡାକ୍ତର ସୋହିଲଙ୍କ ଏହି ଫୋଟୋ ରେ ୪୩ ହଜାରରୁ ଅଧିକ ଲାଇକ୍ ଏବଂ ୫ ହଜାରରୁ ଅଧିକ ରି-ଟ୍ୱିଟ୍ ଆସି ସାରିଛି।