ମୋଦୀଙ୍କ ଜୀବନ ରକ୍ଷା ପାଇଁ କେତେ ଦରମା ନିଅନ୍ତି SPG କମାଣ୍ଡୋ, ଜାଣନ୍ତୁ କେମିତି ଚୟନ ହୁଅନ୍ତି ଏହି ସୁରକ୍ଷା କମାଣ୍ଡୋ
କଣ ଆପଣ ଜାଣନ୍ତି ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କର ସୁରକ୍ଷା କିପରି କରା ଯାଇଥାଏ ? କେଉଁମାନେ ମୋଦୀଙ୍କ ସୁରକ୍ଷା କରିଥାନ୍ତି ? ପ୍ରଧାନମନ୍ତ୍ରୀ ଭାରତ ରାଜନୈତିକ ବ୍ୟବସ୍ଥାର ଏକ ମୁଖ୍ୟ ଅଙ୍ଗ ଅଟନ୍ତି , ଯାହାଙ୍କର ସୁରକ୍ଷା ଦେଶର ପ୍ରଥମ କର୍ତ୍ତବ୍ୟ ଅଟେ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଜାଣନ୍ତୁ କିଏ ଓ କିପରି ହୋଇଥାଏ ମୋଦୀଙ୍କ ସୁରକ୍ଷା ଓ ବିଶେଷ କରି ମୋଦୀ ଯେତେବେଳେ ବାହାରକୁ ଯାଇଥାଆନ୍ତି କେଉଁଭଳି ହାଇ ସିକ୍ୟୁରିଟିରେ ଯାଆନ୍ତି ଓ ଏହି ସିକ୍ୟୁରିଟି କେବଳ ସାଧାରଣ ଆର୍ମି ଅଟନ୍ତି ନା ଆଉ କିଛି ।
Spg କମାଣ୍ଡୋ ଏହି ନାଆଁ ତ ଆପଣ ଶୁଣିଥିବେ । ଯାହାଙ୍କୁ ୱାନ ମ୍ୟାନ ଆର୍ମି ବୋଲି ମଧ୍ୟ କୁହାଯାଏ । ଅର୍ଥାତ୍ Spg କମାଣ୍ଡୋ ମାନେ ଜଣେ ଜଣେ ହିଁ ଗୋଟିଏ ଗୋଟିଏ ଯୁଦ୍ଧ ପାଇଁ କାଫି ଅଟନ୍ତି । ସେହିମାନେ ହିଁ କରିଥାନ୍ତି ମୋଦୀଙ୍କ ସୁରକ୍ଷା ।
ଏମାନଙ୍କୁ ଏହି ପଦବୀରେ ନିଯୁକ୍ତି ପାଇଁ ଅନେକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ । ଫିଜିକାଲି , ମେଣ୍ଟାଲି ଏପରି ଅନେକ ପ୍ରକାରର ଟ୍ରେନିଂ ସେମାନଙ୍କୁ ଦିଆଯାଏ । ଏମାନଙ୍କର ବୟସ ସୀମା ମଧ୍ୟ କମ ରହିଥାଏ । ଏମାନଙ୍କ ଦରମା ୮୪ ହଜାରରୁ ଆରମ୍ଭ ହୋଇ ପାଖାପାଖି ୨ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ।