ସାବଧାନ! ରାସ୍ତା କଡ଼ର ତରଭୁଜରେ ମିଶୁଛି କେମିକାଲ ରଙ୍ଗ, ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ ଜରୁରୀ କଥା

 
Watermelon

ବଢୁଛି ଖାଦ୍ୟର ଅପମିଶ୍ରଣ । ଅସହ୍ୟ ହେଉଛି ତାତି । ଏହି ସମୟରେ ଲୋକ ମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ହେଉଛି ଥଣ୍ଡା ଜାତୀୟ ଖାଦ୍ୟ ପଦାର୍ଥ । ଖରା ଦିନିଆ ଖାଦ୍ୟ ପଦାର୍ଥ ମଧ୍ୟରୁ ତରଭୁଜ ହେଉଛି ଏକ ପ୍ରମୁଖ ଖାଦ୍ୟ । ଏହା ପେଟକୁ ଥଣ୍ଡା ରଖିବା ସହିତ ଜଳୀୟ ଅଂଶ ମଧ୍ୟ ଯୋଗାଇଥାଏ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେହିପରି ଖରଭୁଜ , ଫୁଟି , ପଇଡ ପାଣି ଆଦିକୁ ଲୋକେ ଏହି ଋତୁରେ ଅନେକ ମାତ୍ରାରେ ଖାଇଥାନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କାରଣ ଏପରି ଖାଦ୍ୟ ପଦାର୍ଥ ମଧ୍ୟ ନେଇପାରେ ଆପଣଙ୍କ ଜୀବନ ।

R

ହଁ ଆଜ୍ଞା , ଆପଣ ଠିକ୍ ଶୁଣିଛନ୍ତି ବର୍ତ୍ତମାନ ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥ , ପନି ପରିବା , ଫଳ ମୂଳ ସବୁଥିରେ ଏତେ ମାତ୍ରାରେ କେମିକାଲ ବ୍ୟବହାର କରାଯାଉଛି ଯାହା ଆପଣଙ୍କ ଶରୀରକୁ ରୋଗାକ୍ରାନ୍ତ କରିପାରେ ।

ବିଶେଷ କରି ବର୍ତ୍ତମାନ ତରଭୁଜରୁ ଅନେକ ପ୍ରକାରର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଆର୍ସେନିକ , ଫସଫରସ, କ୍ୟାଲସିୟମ କାର୍ବାଇଡ ଭଳି ଅନେକ ଗୁଡ଼ିଏ କେମିକାଲର ବ୍ୟବହାର ତରଭୁଜରେ କରା ଯାଉଛି । ତରଭୁଜକୁ ଅଧିକ ଲାଲ ଓ ମିଠା କରିବା ପାଇଁ ଏପରି କେମିକାଲ ବ୍ୟବହାର କରାଯାଉଛି ।