ଦୀପାବଳିରେ ଏହି ସବୁ କାମ କଲେ ଘରୁ ପଳେଇଯାଏ ଧନ, ଜମାରୁ କରନ୍ତୁ ନାହିଁ ଏହି ଭୁଲ୍

 
Diwali bhul

ଚଳିତ ବର୍ଷ ନଭେମ୍ବର ୧୨ ତାରିଖରେ ପାଳିତ ଶୁଭ ଦୀପାବଳୀ । ଦୀପାବଳି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ । ଏହି ଦିନ ପ୍ରଭୁ ଶ୍ରୀରାମ ଅଯୋଧ୍ୟାକୁ ତାଙ୍କର ୧୪ ବର୍ଷ ବନବାସ ସାରି ପ୍ରତ୍ୟାଗମନ କରିଥିଲେ । ଏହା ସହିତ ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଇ ବଡ଼ ବଡୁଆ ଡକା ଯାଇଥାଏ  ।

କୁ

ଏହି ଦିନ ମାଆ ଲକ୍ଷ୍ମୀଙ୍କ ଓ ମାଆ କାଳୀଙ୍କର ବିଶେଷ ପୂଜା କରା ଯାଇଥାଏ । ଯଦି ଆପଣ ବି ଏହି ଦିନ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଦିପାବଳୀ ଦିନ ଅଜାଣତରେ ବି କରନ୍ତୁ ନାହିଁ ଏପରି କାମ ନଚେତ୍ ଲକ୍ଷ୍ମୀ ମାଆ ଆପଣଙ୍କ ଉପରେ ରୁଷ୍ଟ ହୋଇ ବସନ୍ତି । 

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ କାର୍ଯ୍ୟ ରହିଛି ଯାହାକୁ ଦୀପାବଳିରେ କରିବା ଅଶୁଭ ବୋଲି ମନେ କରା ଯାଇଥାଏ ।

• ଏହି ଦିନ ମହିଳା ମାନେ ସ୍ନାନ ଓ ଶୌଚ ସାରି ରୋଷେଇ କାର୍ଯ୍ୟ କରିବା ଉଚିତ୍ ।

• ଏହି ଦିନ ଗୁରୁଜନ ମାନଙ୍କୁ ଅପମାନ ଦିଅନ୍ତୁ ନାହିଁ ।

• ଘରକୁ ଆସିଥିବା ଅତିଥିର ବିଶେଷ ସତ୍କାର କରନ୍ତୁ । 

• ଏହି ଦିନ ଜୁଆ ଖେଳନ୍ତୁ ନାହିଁ । 

• ଏହି ଦିନ ଘର ଝଡ଼ା ଧୁଆ କରନ୍ତୁ ନାହିଁ ।

• ଏହି ଦିନ ମା ଲକ୍ଷ୍ମୀଙ୍କର ସ୍ତୁତି ପାଠ କରିବା ଅତ୍ୟନ୍ତ ଶୁଭଙ୍କର ଅଟେ।

• ବଡ଼ ବଡୁଆ ଡାକିବା ବେଳେ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।