କେବଳ 1 ଏକର ଜମିରେ ଚାଷ କରି ଆପଣ ଆୟ କରିପାରିବେ 30 କୋଟି ! ଜାଣନ୍ତୁ ଦୁନିଆର ସବୁଠାରୁ ମାହାଙ୍ଗା ଗଛର ଚାଷ କେମିତି କରିବେ

 
କେବଳ 1 ଏକର ଜମିରେ ଚାଷ କରି ଆପଣ ଆୟ କରିପାରିବେ 30 କୋଟି ! ଜାଣନ୍ତୁ ଦୁନିଆର ସବୁଠାରୁ ମାହାଙ୍ଗା ଗଛର ଚାଷ କେମିତି କରିବେ

ଚନ୍ଦନ କାଠ ବିଷୟରେ ସମସ୍ତେ ନିଶ୍ଚିତ ଜାଣିଥିବେ, ଏହାର କାଠ ଅତି ମହଙ୍ଗା ମୂଲ୍ୟରେ ବିକ୍ରି ହୁଏ ଏବଂ ଏହା କେବଳ ପୂଜା, ପାଠ ଭଳି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଯେପରି କୃଷକମାନେ ଅନ୍ୟ ଫସଲ ଚାଷ କରି ରୋଜଗାର କରୁଛନ୍ତି, ସେହିଭଳି ଯଦି ଜଣେ ଚନ୍ଦନ କାଠ ଚାଷ କରନ୍ତି, ତେବେ ପ୍ରତି ଗଛରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ଚନ୍ଦନ ଚାଷ କିପରି ଚାଷ କରାଯାଏ? ଏବଂ ଏହା ଠାରୁ କେତେ ରୋଜଗାର କରିହେବ? ଏହିଭଳି ପ୍ରଶ୍ନର ଉତ୍ତର ପାଇଁ ଅସନ୍ତୁ ଜାଣିବା ଚନ୍ଦନ ଚାଷ ଓ ଏହା ସହିତ ଜଡିତ ସମସ୍ତ ଜିନିଷ ବିଷୟରେ:-

ହରିୟାଣାର ଘାରୋଣ୍ଡାର ଜଣେ କୃଷକ ନିଜ କ୍ଷେତରେ ଏହି ଚାଷ ଆରମ୍ଭ କରିଛନ୍ତି। ତାଙ୍କ କହିବା ଅନୁଯାଇ ଚନ୍ଦନ ଗଛ ପ୍ରସ୍ତୁତ ହେବାକୁ ପ୍ରାୟ ୧୨ ବର୍ଷ ଲାଗିଥାଏ ଏବଂ ପ୍ରତି ଗଛ ପିଛା ୫-୬ ଲକ୍ଷ ଟଙ୍କା ରୋଜଗାର କରା ଯାଇପାରିବ। ଗୋଟିଏ ଏକରରେ ୬୦୦ ଟି ଚନ୍ଦନ ଗଛ ଲଗାଯାଇପାରିବ ବୋଲି ସେ କହିଛନ୍ତି।

ଚନ୍ଦନ ଗଛ ଲଗାଇବା ପାଇଁ ବିହନ ର ଆବଶ୍ୟକତା ହୋଇଥାଏ ତେଣୁ ଏଥିପାଇଁ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ। ଏପରିକି ଚନ୍ଦନ ଗଛ ପ୍ରତି ୪୦୦-୫୦୦ ରେ କିଣିବାକୁ ପଡିଥାଏ। ସେହିପରି ଚନ୍ଦନ ଗଛକୁ ବଞ୍ଚାଇ ରଖିବାକୁ ଏହା ସହ ଏକ ହୋଷ୍ଟ ଗଛ ଲଗାଇବାକୁ ହୋଇଥାଏ। ୬୦୦ ଚନ୍ଦନ ଗଛରେ ପ୍ରାୟ ୩୦୦ ହୋଷ୍ଟ ଗଛ ଦରକାର ହୋଇଥାଏ।

ସେହିପରି ଚନ୍ଦନ ଗଛ ଏପରି ସ୍ଥାନରେ ଲଗା ଯାଇଥାଏ ଯେଉଁଠାରେ ଅଧିକ ପାଣି ଜମା ହେଉନଥିବ। କାରଣ ଚନ୍ଦନ ଗଛ ବଢ଼ିବା ପାଇଁ ଖୁବ୍ କମ୍ ପାଣିର ଆବଶ୍ୟକତା ହୋଇଥାଏ। ଚନ୍ଦନ ଗଛ ପ୍ରାୟ ୧୨ ବର୍ଷ ରେ ବିକ୍ରି ଉପଯୁକ୍ତ ହୋଇଥାଏ। ତେବେ ଏହି ଚାଷ ଏବଂ ଏହାର ବିକ୍ରି କେବଳ ସରକାରଙ୍କ ଅନୁମତି ଦ୍ୱାରା ହିଁ ହୋଇପାରିଥାଏ।