ଦେଖନ୍ତୁ ଭିଡ଼ିଓ: ଭାଇରାଲ ହେଉଛି ଗଞ୍ଜା ଲଢ଼େଇର ଭିଡ଼ିଓ, ପଞ୍ଝାରେ ବନ୍ଧା ହୋଇଥିବା ଧାରୁଆ ଅସ୍ତ୍ର ରେ କରନ୍ତି ଆକ୍ରମଣ

 
Desi cock fight

ଆପଣ କେବେ ନା କେବେ ଗଞ୍ଜା ଲଢେ଼ଇ ବିଷୟରେ ନିଶ୍ଚିତ ଶୁଣିଥିବେ। ତେବେ, ଏହି ଲଢ଼େଇ କିପରି ହୁଏ ତାହା ଆପଣ ଜାଣିଛନ୍ତି କି? ପ୍ରଥମେ ଗଞ୍ଜା ଗୋଡ଼ରେ ଏକ ପ୍ରକାରର ଧାରୁଆ ଛୁରୀ ବାନ୍ଧି ଦିଆଯାଏ। ପରେ ଦୁଇଟି ଗଞ୍ଜାଙ୍କୁ ନିଜ ନିଜ ଭିତରେ ଲଢ଼ିବା ପାଇଁ ଛାଡ଼ି ଦିଆଯାଇଥାଏ।

ଦେଖନ୍ତୁ ଏହି ଗଞ୍ଜା ଲଢ଼େଇର କିଛି ଦୃଶ୍ୟ:-

ଏହି ଲଢ଼େଇରେ ଯାହାର ଗଞ୍ଜା ପ୍ରତିପକ୍ଷକୁ ମରିଦେଇଥାଏ ସେ ମୃତ ଗଞ୍ଜାଟିକୁ ପୁରସ୍କାର ଭାବରେ ନେଇଯାଇଥାଏ। ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏହି ଖେଳ ବହୁଳ ଭାବରେ ପ୍ରଚଳିତ ରହିଛି। ଏହି ଖେଳରେ ଲୋକେ ଟଙ୍କା ଲଗାଇଥାନ୍ତି ତେଣୁ ବେଳେ ବେଳେ ପୋଲିସ ଏଠାରେ ଜୁଆଡ଼ିମାନଙ୍କୁ ଧରିବାରେ ସକ୍ଷମ ହୋଇଥାଏ। ଉପରୋକ୍ତ ଭିଡ଼ିଓଟିକୁ ଦେବେଶ ତିୱାରୀ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି।