SBIରେ ୧୦ ହଜାର ଟଙ୍କା ଜମା କଲେ ଏତିକି ଆସିବ ସୁଧ! ୫ ବର୍ଷରେ ଧନୀ କରିଦେବ ଆପଣଙ୍କୁ

 
ଏସବିଆଇ

ଏସବିଆଇ ଅର୍ଥାତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆପଣ ରେକରିଙ୍ଗ ଡିପୋଜିଟ ଆକାଉଣ୍ଟ ଖୋଲି ପାରିବେ। ଆପଣ ଏଥିରେ ନିବେଶ କରିପାରିବେ। ଯଦି ଗୋଟିଏ ନିର୍ଦ୍ଧିଷ୍ଟ ଅବଧି ପରେ ବା ବୟସ ପରେ ଆମେ ସଂଚୟ କରିବା ପାଇଁ ପ୍ଳାନିଙ୍ଗ କରିଥାଉ। କାହିଁକି ନା ଆପଣ ଏକମ୍ୟୁସତ ଦେବା ପାଇଁ ସକ୍ଷମ ନୁହନ୍ତି ତ ରେକରିଙ୍ଗ ଡିପୋଜିଟ ଆପଣଙ୍କ ଫାଇନାନସିଆଲ ଉଦେଶ୍ୟ କୁ ପୁରା କରିବା ପାଇଁ ନିବେଶ କରିବାର ସବୁଠୁ ଭଲ ମାଧ୍ୟମ ଅଟେ।

ଆପଣ ନିଜ ଆୟର ଗୋଟିଏ ନିର୍ଦ୍ଧିଷ୍ଟ ମାତ୍ରା ପ୍ରତି ମାସରେ ନିର୍ଦ୍ଧିଷ୍ଟ ତାରିଖରେ ରେକରିଙ୍ଗ ଖାତାରେ ଡିପୋଜିଟ କରି ପାରିବେ। ଯେତେବେଳେ ଆପଣଙ୍କର ପଇସା ଆବଶ୍ୟକ ସେହି ହିସାବରେ ସେତିକି ଅବଧିର ରେକରିଂ ଖାତା ଖୋଲି ପାରିବେ। ଆପଣଙ୍କୁ କହି ରଖୁଛୁ ଯେ ଡିପୋଜିଟ ଉପରେ ୫ଲକ୍ଷ ଟଙ୍କାର ବୀମା ମଧ୍ୟ ପ୍ରଦାନ କରାଯିବ।

ଏସବିଆଇ

ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ନିଜର RD ଓ FD ସମାନ ସୁଧ ଦେଇଥାଏ। ରେକରିଙ୍ଗ ଡିପୋଜିଟ ଆକାଉଣ୍ଟ ନ୍ୟୁନତମ ୧୨ ମାସ ଅଧିକତମ ୧୨୦ ମାସ ପାଇଁ ଖୋଲା ଯାଇ ପାରିବ। ଏସବିଆଇ ପକ୍ଷରୁ ଗୋଟିଏ ବର୍ଷର ରେକରିଙ୍ଗ ଡିପୋଜିଟ ଉପରେ ୪. ୬୦ ପ୍ରତିଶତ ଓ ତା ଠାରୁ ଅଧିକ ଦିନର ମାଚୁରୀଟି ପାଇଁ ୫. ୫୦ ପ୍ରତିଶତ ସୁଧ ଦିଆ ଯାଉଛି। ସିନିଅର ସିଟୀଜେନ ମାନଙ୍କୁ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ।

ପୋଷ୍ଟ ଅଫିସ ରେ RD ର ସୁଧ ହାର ରେକରିଙ୍ଗ ଡିପୋଜିଟ ଉପରେ ୫ବର୍ଷ ଅବଧିରେ ୫ . ୮ ପ୍ରତିଶତ ରେ ସୁଧ ମିଳିବ। ଏହି ସୁଧ ଦର ଜୁଲାଇ ରୁ ସେପ୍ଟେମ୍ବର ୩ମାସ ଅବଧି ମଧ୍ୟରେ ନିର୍ଧାରିତ କରାଯିବ। ଏଚଡ଼ିଏଫସି  ବ୍ୟାଙ୍କ ର ରେକରିଙ୍ଗ ଡିପୋଜିଟ ରେଟସ ୬ ମାସରୁ ୧୨୦ ମାସ ପର୍ଯ୍ୟନ୍ତ ଅବଧି ମଧ୍ୟରେ ଖାତା ଖୋଲି ପାରିବେ। ରେକରିଂ ଡିପୋଜିଟ ଉପରେ ୩ . ୭୫ ପ୍ରତିଶତ ରୁ ୫ . ୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି।

ଏପରି ଭାବରେ ଜଣେ ୫ ବର୍ଷରେ ମୋଟ ୬ ଲକ୍ଷ ଟଙ୍କା ଜମା କରନ୍ତି ଓ ମ୍ୟାଚୁରିଟି ସମୟରେ ୭,୧୯,୩୨୭.୯୧ ଟଙ୍କା ମିଳିବ । ଯଦି ଜଣେ ସିନିୟର ସିଟିଜେନ ହୋଇଥିବେ ତେବେ ତାଙ୍କୁ ଏହି ଲାଭ ମିଳିବ ।