ଆଜି ହେବାକୁ ଯାଉଛି ବର୍ଷର‌ ସବୁଠାରୁ ଛୋଟ ଦିନ ଓ ବଡ଼ ରାତି, ଜାଣନ୍ତୁ ଏହାର ମହତ୍ତ୍ୱ ଏବଂ କାରଣ

 
Big night small day

ଆଜି ହେଉଛି ୨୨ ଡିସେମ୍ବର। ତେବେ, ଚଳିତ ବର୍ଷର ଏହା ସବୁଠାରୁ ଛୋଟ ଦିନ ହେବ ବୋଲି ବିବେଚନା କରାଯାଉଛି। ଆଜି ମାତ୍ର ୧୦ ଘଣ୍ଟା ୪୧ ମିନିଟ ପାଇଁ ହିଁ ସୂର୍ଯ୍ୟାଲୋକ ରହିବ। ଚଳିତ ବର୍ଷର ଜୁନ ୨୧ ତାରିଖ ସବୁଠାରୁ ବଡ଼ ଦିନ ହୋଇଥିବା ବେଳେ ଆଜି ସବୁଠାରୁ ଛୋଟ ଦିନ ହୋଇଥିବା ଜଣାପଡିଛି।

Sunset

ସେହିଭଳି ଭାବରେ ୨୧ ମାର୍ଚ୍ଚ ଏବଂ ୨୩ ସେପ୍ଟେମ୍ବର ଏଭଳି ଦିନ ଦିନ ଅଟେ ଯେଉଁଠାରେ ରାତିର ଅବଧି ସମାନ ରହିବ ବୋଲି କୁହାଯାଉଛି। ତେବେ, କେବଳ ଉତ୍ତର ଗୋଲାର୍ଦ୍ଧରେ ହିଁ ଏଭଳି ସଂଯୋଗ ଦେଖିବାକୁ ମିଳିପାରିବ। ଆଜିର ଏଭଳି ଖଗୋଳିୟ ଘଟଣାକ୍ରମରେ ଦିନର ଅବଧି ୧୦ ଘଣ୍ଟା ୪୧ ମିନିଟ ହୋଇଥିବା ବେଳେ ରାତିର ଅବଧି ୧୩ ଘଣ୍ଟା ୧୯ ମିନିଟ ରହିବ।

Winter solstice

ଆଜି ମଧ୍ୟ ଭାରତରେ ସକାଳ ୭.୦୫ ମିନିଟରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ୫.୪୬ ମିନିଟରେ ସୂର୍ଯ୍ୟାସ୍ତ ହୋଇଯିବ। ସେହିପରି ଆଜି ସୂର୍ଯ୍ୟାଲୋକର କୋଣ ୨୩ ଡିଗ୍ରୀ ୨୬ ମିନିଟ ଏବଂ ୧୭ ସେକେଣ୍ଡ ଦକ୍ଷିଣ ଆଡକୁ ରହିବ ବୋଲି ଜଣାପଡ଼ିଛି। ଅନ୍ୟ ସବୁ ଗ୍ରହ ଗୁଡ଼ିକ ପରି ପୃଥିବୀ ମଧ୍ୟ ୨୩.୫ ଡିଗ୍ରୀ ପ୍ରବୃତ୍ତ ହୋଇ ରହୁଥିବାରୁ ସୂର୍ଯ୍ୟଙ୍କର କିରଣ କିଛି ସ୍ଥାନରେ ବେସି ପଡୁଥିବା ବେଳେ ଅନ୍ୟ କିଛି ସ୍ଥାନରେ କମ୍ ପଡିଥାଏ। ଆଜିର ଦିନରେ ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରହିବେ। ଆର୍ଜେନ୍ଟିନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶରେ ଆଜି ହିଁ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ।