ସାପକୁ ଖଣ୍ଡଖଣ୍ଡ କରି ସୁପ୍ କରିଥିଲେ ରୋଷେୟା, ପିଇଲା ବେଳେ କଟାମୁଣ୍ଡ ମାରିଲା ଚୋଟ ଚାଲିଗଲା ଜୀବନ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Snake killed chef

ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକେ ସର୍ପ ଦଂଶନରେ ପ୍ରାଣ ହରାଇଥାନ୍ତି। ସାଧାରଣତଃ ନିଜର ଅସାବଧାନତା ହେତୁ ଲୋକେ ସପକାମୁଡ଼ାର ଶିକାର ହୋଇଥାନ୍ତି। କିନ୍ତୁ, ଚାଇନାରୁ ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ମରିବାର ପ୍ରାୟ ୨୦ ମିନିଟ ପରେ ଏକ ସାପ ଜଣେ ବ୍ୟକ୍ତିଙ୍କୁ କାମୁଡ଼ି ଦେଇଥିଲେ ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Snake

ପ୍ରକୃତରେ ଦକ୍ଷିଣ ଚାଇନାରେ କୋବ୍ରା ସାପର ଚର୍ମରୁ ପ୍ରସ୍ତୁତ ସୁପ୍ ପିଇବାକୁ ଲୋକେ ପସନ୍ଦ କରିଥାନ୍ତି। ଏହି ସାପର ଚର୍ମକୁ ବାହାର କରିବା ପରେ ଏହାର ମାଂସ ରାନ୍ଧାଯାଏ ଏବଂ ସେଥିରୁ ସୁପ୍ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଚୀନ୍‌ର ଫୋଶାନରେ ରହୁଥିବା ରୋଷେୟା ପେଙ୍ଗ ଫ୍ୟାନଙ୍କ ପାଇଁ କୋବ୍ରା ସୁପ୍ ତିଆରି କରିବା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା। ପେଙ୍ଗଙ୍କର ଏଠାରେ ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାକୁ ବହୁତ ଲୋକେ କୋବ୍ରା ସୁପ୍ ପିଇବା ପାଇଁ ଆସିଥାନ୍ତି।

Snake soup

ଘଟଣା ଦିନ ପେଙ୍ଗ ସବୁଦିନ ପରି କୋବ୍ରା ସୁପ୍ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ସେ ପ୍ରଥମେ ଏକ କୋବ୍ରାର ମୁଣ୍ଡ ଗଣ୍ଡି ଅଲଗା କରିବା ସହ ଏହାର ଚର୍ମରୁ ସୁପ ପ୍ରସ୍ତୁତ କରିଥିଲେ। ପ୍ରାୟ ୨୦ ମିନିଟ ପରେ ପେଙ୍ଗ ରୋଷେଇ ଘର ସଫା କରୁଥିବା ବେଳେ ପୂର୍ବରୁ ରହିଥିବା ସାପର କଟା ମୁଣ୍ଡଟି ତାଙ୍କ ହାତକୁ କାମୁଡି ଦେଇଥିଲା। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଆଣ୍ଟି ଭେନମ୍ ଇଞ୍ଜେକ୍ସନ ଦେବା ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପ୍ରଘଟ ହେବାପରେ ଅନେକେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି। କିନ୍ତୁ, ସାପ ମରିବାର ବହୁତ ସମୟ ପର୍ଯ୍ୟନ୍ତ ଏହାର ଦେହରେ ବିଷ ଆକ୍ଟିଭ ରହୁଥିବାରୁ ଏପରି ଘଟଣା ସମ୍ଭବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।      

From around the web