ଅନ୍ଧବିଶ୍ୱାସ ଆଗରେ ହାର ମାନିଲା ବିଜ୍ଞାନ! ମୃତ ଶିଶୁକୁ ଜୀବନ୍ତ କରିବାକୁ ଶବକୁ ଲୁଣରେ ପୋତି ଝଡ଼ାଫୁଙ୍କା କଲେ, ଆଉ ତାପରେ...

ଆଜିର ଆଧୁନିକ ଯୁଗରେ ମଧ୍ୟରେ ଅନ୍ଧବିଶ୍ୱାସର ବସବର୍ତ୍ତୀ ହୋଇ ରହିଛି ମଣିଷ। ବିଜ୍ଞାନର ଏହି ଦୁନିଆରେ ଆଜିବି ମଣିଷ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରୁଛି। ଭଦ୍ରକ ଜିଲ୍ଲା ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ଗଦେଇବିନ୍ଧା ଗାଁରେ ଏହାର ଏକ ଜ୍ୱଳନ୍ତ ଉଧାହରଣ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାଇ ଉକ୍ତ ଗାଁର ରୋହିତାସ ଜେନାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ସନ୍ତାନ ଘର ପାଖରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ି ଯାଇଥିଲା। ତାକୁ ତୁରନ୍ତ ଉଦ୍ଧାର କରାଯାଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
#ମୃତ_ଶିଶୁକୁ_ଲୁଣରେ_ପୋତିଲା_ଗୁଣିଆ
— ଓଟିଭି (@otvkhabar) April 18, 2023
ବାସୁଦେବପୁର: ମୃତ ଶିଶୁକୁ ଲୁଣରେ ପୋତିଲା ଗୁଣିଆ । ବାସୁଦେବପୁର ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ । ଡାକ୍ତର ମୃତ ଘୋଷଣା ପରେ ଛୁଆକୁ ବଞ୍ଚାଇ ଦେବ କହିଥିଲା ଗୁଣିଆ #Basudevpur #OTV pic.twitter.com/BoKEvr4hG4
କିନ୍ତୁ, ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଶିଶୁଟିକୁ ପୁଣିଥରେ ଜୀବିତ କରାଇ ଦେବେ ବୋଲି ପ୍ରତିଶୃତି ଦେବା ସହିତ ଗୁଣି କରିବା ଆରମ୍ଭ କରି ଦେଇଥିଲେ। ଶିଶୁଟିକୁ ଜୀବିତ କରାଇବା ପାଇଁ ସେମାନେ ତାକୁ ଲୁଣରେ ପୋତି ପୂଜା ଆରମ୍ଭ କରି ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି ଖୋଦ୍ ଡାକ୍ତରଖାନାରେ ହିଁ ଏହି ଲୁଣ ଉପଚାର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଥିଲା।