​​ଦେଖନ୍ତୁ ଭିଡିଓ: ଶାଢି ପିନ୍ଧି ଓଡ଼ିଶା ଆସିଲେ ବୋହୂ, ଶ୍ୱଶୁର କହିଲେ- ମୋ ବିଦେଶିନୀ ବୋହୂ ଶାଶୁ ଶ୍ଵଶୁର ସେବା ପାଇଁ ଛାଡିଦେଲା ଆମେରିକା

 
Foreign bohu
କଥାରେ ଅଛି ମଣିଷ ତାର ପାଖରେ ଥିବା ଜିନିଷର ମୁଲ୍ୟ ବୁଝେନା । ଠିକ୍ ସେହିପରି ଆଜି ଆମ ଓଡ଼ିଆ ମାନଙ୍କ ସହିତ ହେଉଛି । ଆମ ପାଖରେ ଏତେ ସୁନ୍ଦର ଓଡିଆ ଘରର ସଂସ୍କୃତି ପରମ୍ପରା , ଧର୍ମ ଆଦି ରହିଛି। ହେଲେ ଆମେ ଏ ସବୁକୁ ଭୁଲି ଆମେ ଆଜି ପାଶ୍ଚାତ ସଂସ୍କୃତି ପଛରେ ଧାଉଁଛେ । ହେଲେ ଆପଣ ଯଦି ଦେଖିବେ ବହୁ ବିଦେଶୀ ମାନେ ବର୍ତ୍ତମାନ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପ୍ରତି ବେଶ୍ ନିଜର ରୁଚି ରଖୁଛନ୍ତି । 

W

ବିଦେଶ ଛାଡ଼ି ଜଗନ୍ନାଥ ଧାମରେ ନିଜର ଜୀବନ ବିତାଉଛନ୍ତି । ହେଲେ ଆମେ କିନ୍ତୁ ଓଡିଶା ଛାଡ଼ି ବିଦେଶରେ ରହିବାକୁ ମନ ବଳାଉଛେ । ଓଡ଼ିଆ ଭାଷାରେ କଥା କହିବାକୁ ଆଜି ଆମକୁ ଲାଜ ଲାଗୁଛି । ହେଲେ ବିଦେଶୀ ମାନେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବୁଝିବା ପାଇଁ ଓଡ଼ିଆ ଶିଖୁଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଏୟାରପୋର୍ଟରେ । ସେଠାରେ ଜଣେ ବ୍ୟକ୍ତି ନିଜର ବିଦେଶୀ ବୋହୂକୁ ଅପେକ୍ଷା କରିଥିଲେ । ତାଙ୍କ ବିଦେଶିନୀ ଆମେରିକା ବୋହୂ ନାତୁଣୀ ସହିତ ଭାରତ ଆସୁଥିଲେ । ଶଶୁରଙ୍କ କହିବା ଅନୁସାରେ ପ୍ରଥମେ ତ ସେମାନେ ବିଭାଘର ପ୍ରତି ରାଜି ନ ଥିଲେ । ହେଲେ ପରେ ତାଙ୍କୁ ଜଗନ୍ନାଥ ସ୍ୱପ୍ନାଦେଶ ହେବାରୁ ସେ ବିଭାଘର ପାଇଁ ରାଜି ହୋଇଥିଲେ । 

ସେ ଆହୁରି ମଧ୍ୟ କହୁଥିଲେ ତାଙ୍କ ବୋହୂ ସବୁ ଦିନ ପାଇଁ ଆମେରିକା ଛାଡ଼ି ଓଡ଼ିଶାରେ ରହିବାକୁ ଚାହୁଁଛନ୍ତି । ଓଡ଼ିଶାର ପରମ୍ପରା ଓଡ଼ିଶା ସ୍କୁଲରେ ନିଜ ପିଲାକୁ ପାଠ ପଢେଇବାକୁ ଚାହୁଁଛନ୍ତି । ଓଡ଼ିଶାରେ ରହି ନିଜ ଶାଶୁ ଶଶୁରଙ୍କ ସେବା କରିବାକୁ ଚାହୁଁଛନ୍ତି ଏବଂ ନିଜ ପରିବାର ସହିତ ରହିବାକୁ ଚାହୁଁଛନ୍ତି ।