ଦେଖନ୍ତୁ ଭିଡ଼ିଓ: ବରଣମାଳା ପିନ୍ଧାଇବା ପୂର୍ବରୁ ଗୁଳି ଫୁଟାଇଲେ ଦବଙ୍ଗ ଗାର୍ଲ, ଭିଡ଼ିଓ ହେଲା ଭାଇରାଲ….

 
Dabang girl

ସିନେମା ଷ୍ଟାଇଲରେ ବିବାହ ମଣ୍ଡପ ଉପରକୁ ଏଣ୍ଟ୍ରି କରିଲେ କନ୍ୟା। ହାତରେ ଧରିଥିଲେ ବନ୍ଧୁକ, ଶୂନ୍ୟକୁ ଗୁଳି ଫୁଟାଇ ମଣ୍ଡପ ଉପରକୁ ଚଢ଼ିଲେ ଆଉ ତା ପରେ ହେଲା ବିବାହ। ଏହିପରି ଏକ ଅଜବ ଏବଂ ଭିନ୍ନ ଷ୍ଟାଇଲର ବାହାଘର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରତାପଗଡ଼ ଅଞ୍ଚଳରେ।

ରବିବାର ରାତିରେ ପ୍ରତାପଗଡ଼ ଜେଠାୱର ଥାନା ଠାରୁ ପ୍ରାୟ ତିନି କି.ମି ଦୂରରେ ଥିବା ଏକ ଗ୍ରାମରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ବିବାହ ଉତ୍ସବ ସୁରୁଖୁରୁରେ ଚାଲୁଥିବା ବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ବିବାହର ବିଧି ଅନୁଯାଇ ରାତି ପ୍ରାୟ ୧୧ ଟା ସମୟରେ କନ୍ୟା କୁ ଜୟମାଳା ପାଇଁ ଡକାଯାଇଥିଲା।


ଲାଲ ରଙ୍ଗର ଏକ ସୁନ୍ଦର ଲେହେଙ୍ଗା ପିନ୍ଧି କନ୍ୟା ସୁସଜ୍ଜିତ ଷ୍ଟେଜ୍ ଆଡକୁ ଆସନ୍ତି। କିନ୍ତୁ ଷ୍ଟେଜ୍ ଉପରକୁ ଚଢ଼ିବା ପୂର୍ବରୁ କେହି ଜଣେ ସେଠାରେ ତାଙ୍କୁ ଏକ ବନ୍ଧୁକ ଧରାଇଦିଆନ୍ତି। ଏହାପରେ କନ୍ୟା ଜଣକ ପ୍ରଥମେ ଶୂନ୍ୟରେ ଗୁଳି ଫୁଟାନ୍ତି ଏବଂ ଏହା ପରେ ଷ୍ଟେଜ୍ ଉପରକୁ ଯାଇ ବରଣମାଳା ପିନ୍ଧାଉଥିବାର ଦେଖାଯାଏ।

ଏହି ପୁରା ଘଟଣାର ଭିଡ଼ିଓ କ୍ୟାମେରାରେ ରେକର୍ଡ଼ ହୋଇଥିଲା ଏବଂ ଏହି ଭିଡ଼ିଓ ଇଣ୍ଟରନେଟରେ ଅପଲୋଡ଼ ହେବାପରେ ଏହା ଭାଇରାଲ ହେବାରେ ଲାଗିଥିଲା। ତେବେ ଏଥିନେଇ ଏସଓ ଜେଠାୱାରା ସଞ୍ଜୟ ପାଣ୍ଡେଙ୍କୁ ପଚରା ଯିବାରୁ ସେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ।