ଅକ୍ଟୋବର ମାସରେ ଓଡିଶା କୁ ମାଡ଼ି ଆସିବ ବାତ୍ୟା, ଆନ୍ତର୍ଜାତୀୟ ମଡେଲ କରିଛି ଆକଳନ

 
Cyclone

ଆସନ୍ତା ମାସରେ ବାତ୍ୟାର ସମ୍ମୁଖୀନ ହୋଇପାରେ ଓଡ଼ିଶା। କିଛି ଅନ୍ତର୍ଜାତୀୟ ମଡେଲ କରିଥିବା ଆକଳନ ଅନୁଯାଇ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

୩୦ ତାରିଖ ବେଳକୁ ଏହା ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ, ଆଇଏମଡ଼ି ଅନୁଯାଇ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ଅବପାତ ହେବାର ସମ୍ଭାବନା କମ୍ ରହିଛି।

Cyclone

ଅନ୍ୟପକ୍ଷରେ ECMWF ମଡେଲ ଦ୍ୱାରା କରାଯାଇଥିବା ଆକଳନ ଅନୁଯାଇ ସେପ୍ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ବେଳକୁ ବଙ୍ଗୋପସାଗରରେ ଅବପାତର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଭାବରେ ସିଏଫସ ମଡେଲ ଅନୁଯାଇ ଅକ୍ଟୋବର ପ୍ରଥମ ସପ୍ତାହରେ ସମାନ ଆଶଙ୍କା ରହିଛି। 

Cyclone

କରାଯାଇଥିବା ଆକଳନ ଅନୁଯାଇ ଚଳିତ ମାସର ଶେଷ ସପ୍ତାହ ଏବଂ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଲଘୁଚାପ ହେବାର ସମ୍ଭାବନା ରହିଛି। ତେବେ, ଏହା କେତେ ଘନୀଭୂତ ହେବ ଏବଂ କେଉଁଆଡକୁ ମୁହାଁଇବ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେଣୁ, ପାଣିପାଗ ବିଭାଗ ତରଫରୁ ବାତ୍ୟା ଗୁଜବ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ:- ରିସର୍ଚ୍ଚରୁ ବଡ଼ ଖୁଲାସା, ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ କମୁଛି ଶାରୀରିକ ସମ୍ପର୍କ ଆଗ୍ରହ, ରଖୁ ନାହାଁନ୍ତି ସମ୍ବନ୍ଧ, ଜାଣନ୍ତୁ ପୁରା ଖବର