ଦେଖନ୍ତୁ ଭିଡ଼ିଓ: ବାସନ ମାଜୁଥିଲେ ମହିଳା, ଟାଣିନେଲା କୁମ୍ଭୀର! ଏବେ ମିଳୁନି ପତ୍ତା…

 
Kumbhira

ବାସନ ମାଜୁଥିବା ସମୟରେ ପୋଖରୀ କୂଳରୁ ଟାଣିନେଲା କୁମ୍ଭୀର। ଆଜ୍ଞା ହଁ, କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣିଥରେ ମଣିଷ ରକ୍ତରେ ଭୋଜି କରିଛି କୁମ୍ଭୀର। ସବୁଠାରୁ ବଡ଼ କଥା ହେଉଛି ସ୍ଥାନୀୟ ଲୋକେ ବହୁ ସମୟ ପର୍ଯ୍ୟନ୍ତ ମହିଳାଙ୍କ ଶବ ଖୋଜିବାକୁ ଚେଷ୍ଟା କରିଥିଲେ ହେଁ ଏହା କରିବାକୁ ସକ୍ଷମ ହୋଇନଥିଲେ। 

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିବା ସୂଚନା ମିଳିଛି। ଉକ୍ତ ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତା ଦାସ ଖାଇସାରି ବାସନ ଧୋଇବା ପାଇଁ ଘର ପଛପଟେ ରହିଥିବା ପୋଖରୀକୁ ଯାଇଥିଲେ। କିନ୍ତୁ, ପାଖ କେନାଲ ଭିତରୁ ଉଠି ଆସିଥିବା କୁମ୍ଭୀର ତାଙ୍କୁ ସେଠି ଜଗି ବସିଥିଲା। 

ସୁଯୋଗ ପାଇବା ମାତ୍ରେ କୁମ୍ଭୀରଟି ସୀତାଙ୍କ ଉପରେ ଆକ୍ରମଣ କରିଥିଲା। ସୀତା ଖୁବ୍ ଜୋରେ ପାଟି କରିଥିଲେ ହେଁ ଗାଁ ଲୋକେ ଆସିବା ବେଳକୁ କୁମ୍ଭୀର ତାଙ୍କୁ ନେଇ କେନାଲ ଭିତରକୁ ଚାଲିଯାଇଥିଲା। ତାପରଠାରୁ ସୀତାଙ୍କର ପତ୍ତା ମିଳୁନାହିଁ, ଏହି ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରି ଦେଇଥିଲେ। ତାହାସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝି କରିବା ପରେ ରାସ୍ତାରୋକ ହଟିଥିଲା।