ଦେଖନ୍ତୁ ଭିଡ଼ିଓ: ବର୍ଷା ପାଗ ଯୋଗୁଁ ଘର ଭିତରେ ପଶିଗଲା କୁମ୍ଭୀର, ଏମିତି ଭାବରେ ତାକୁ ଗୋଟେ ବକ୍ସ ଭିତରେ ବନ୍ଦ କଲେ ଯୁବକ

 
Crocodile

ସୋସିଆଲ ମିଡିଆରେ ପ୍ରାୟତଃ ହିଂସ୍ର ପ୍ରାଣୀମାନଙ୍କର ଭିଡ଼ିଓ ଭାଇରାଲ ହୋଇଥାଏ। ଅନେକ ସମୟରେ ଏହି ଜନ୍ତୁମାନେ ଜନବସତି ଆଡକୁ ଚାଲି ଆସିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଏକ ଅଜବ ଉପାୟରେ ଘରେ ପଶିଥିବା କୁମ୍ଭୀରକୁ କାବୁ କରୁଥିବାର ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ @MajorFactor2 ନାମକ ଜଣେ ଉପଭୋକ୍ତା ଟ୍ୱିଟର ସାହାଯ୍ୟରେ ସେୟାର କରିଛନ୍ତି। ୫୨ ସେକେଣ୍ଡର ଭିଡିଓରେ, ଏକ ବିଶାଳ କୁମ୍ଭୀର ଘର ଭିତରେ ବୁଲୁଥିବାର ଦେଖିବାକୁ ମିଳୁଛି। କିନ୍ତୁ, ସାମ୍ନାରେ ଥିବା ବ୍ୟକ୍ତି ଡରିନଯାଇ ଏକ ବଡ଼ ଡଷ୍ଟବିନ ସାହାଯ୍ୟରେ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରିଥିଲେ। ନିଜର ଉପସ୍ଥିତ ବୁଦ୍ଧି ବଳରେ ବ୍ୟକ୍ତି ଜଣକ କୁମ୍ଭୀରକୁ ଡଷ୍ଟବିନ ଭିତରେ ଭର୍ତ୍ତି କରାଇବାରେ ସଫଳ ହୋଇଥିଲେ ଏବଂ ତୁରନ୍ତ ଏହାର ଢ଼ାଙ୍କୁଣୀ ବନ୍ଦ କରି ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓଟି ଇଣ୍ଟରନେଟରେ ଅପଲୋଡ଼ ହେବା ପରେ ପରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟିରେ ଏପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଭିୟୁ ଆସି ସାରିଥିବା ବେଳେ ଲୋକେ ଉକ୍ତ ବ୍ୟକ୍ତିଙ୍କର ସାହାସିକତାକୁ ଦେଖି ତାଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି।