​​​ସାରା ତେନ୍ଦୁଲକରଙ୍କୁ ଛାଡ଼ି ଏହି ୯ ବର୍ଷ ବଡ଼ ଅଭିନେତ୍ରୀଙ୍କୁ ବାହା ହେବେ କ୍ରିକେଟର୍ ଶୁଭମନ୍ ଗିଲ୍, ଜାଣନ୍ତୁ କିଏ ସେ

 
Subhman gill

ବାହା ହେବାକୁ ଯାଉଛନ୍ତି କ୍ରିକେଟର ଶୁବମନ୍ ଏବଂ ରିଦ୍ଧିମା ! ତେବେ ଆପଣ ମାନେ ସମସ୍ତେ ତ ଶୁବମନଙ୍କୁ ବେଶ ଭଲ ଭାବେ ଜାଣିଥିବେ ନିଶ୍ଚୟ । ଶୁବମନ୍ ଗିଲ ୨୦୨୪ର ଗୁଜୁରାଟ ଟାଇଟାନ୍ସର କ୍ୟାପଟେନ ଅଟନ୍ତି । ଏଥର ଆଇପିଏଲରେ ତାଙ୍କର ବେଶ୍ ଦମଦାର ପ୍ରଦର୍ଶନ ମଧ୍ୟ ରହିଥିଲା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବର୍ତ୍ତମାନ ଶୁବମନଙ୍କ ସହ ଅଭିନେତ୍ରୀ ରିଦ୍ଧିମାଙ୍କ ବିବାହ କଥା ବେଶ୍ ଚର୍ଚ୍ଚାରେ ରହିଛି । ରିଦ୍ଧିମା ବୋହୂ ହମାରୀ ରଜନୀକାନ୍ତ , ଖତ୍ରୋ କି ଖିଲାଡି ଭଳି ବିଭିନ୍ନ ଶୋରେ ନଜର ଆସିଛନ୍ତି । ତେବେ ଦୁହିଁଙ୍କ ବାହାଘର ଡିସେମ୍ବର ମାସରେ ହେବାକୁ ଯାଉଛି ବୋଲି ମଧ୍ୟ ଶୁଣିବାକୁ ମିଳେ ।

A

କିନ୍ତୁ ଏ ନେଇ ରିଦ୍ଧିମା ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରି ଲେଖିଛନ୍ତି କି ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଅଟେ । ଶୁବମନଙ୍କ ସହ ତାଙ୍କର କୌଣସି ବିବାହ ଠିକ୍ ହୋଇ ନାହିଁ । ଏହା ଗୁଜବ ଅଟେ ଏବଂ ଏଥିରେ ଲୋକ ମାନେ ବିଶ୍ୱାସ ନ କରିବାକୁ ମଧ୍ୟ ସେ କହିଛନ୍ତି ।

ତେବେ ଶୁବମନ୍ ନିଜ ବ୍ୟାଟିଂ ଷ୍ଟାଇଲ ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ବେଶ ପରିଚିତ ଏବଂ ପ୍ରଶଂସିତ । ସେ ପ୍ରଥମ ଥର ପାଇଁ ଟି ୨୦ ୱାର୍ଲଡ କପ୍ ଖେଳିବା ପାଇଁ ମନୋନୀତ ମଧ୍ୟ ହୋଇଛନ୍ତି । ଫ୍ୟାନ୍ସ ମାନେ ଶୁବମନ ଓ ସାରା ତେନ୍ଦୁଲକରଙ୍କ ଯୋଡିକୁ ବେଶ୍ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ରିଦ୍ଧିମା ଏବଂ ଶୁବମନ୍ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।