ନିଜ ଶଶୂରଙ୍କୁ କାହିଁକି ଘୃଣା କରୁଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ, ଜାଣନ୍ତୁ ସେଦିନର କଥା

 
Ravindra jadeja
ବର୍ତ୍ତମାନର ସବୁଠାରୁ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଭାରତୀୟ ଲୋକ ପ୍ରିୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପାରିବାରିକ ଘଟଣା । ପରିବାରର ଭିତର କଥା ଏବେ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି ଜାଡେଜାଙ୍କ ବାପା ଅନିରୁଦ୍ଧ ଜାଡେଜା। ଅନିରୁଦ୍ଧ ଜାଡେଜା ଏକ ଭିଡିଓରେ ଏପରି କିଛି କହିଛନ୍ତି ଯାହା ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । 

Ravindra jadeja

ଅନିରୁଦ୍ଧ ଜାଡେଜା କହିଛନ୍ତି ଯେ ସେ ଏବଂ ତାଙ୍କ ପୁଅ ରବିନ୍ଦ୍ର ଜାଡେଜା ଗୋଟିଏ ସହରରେ ରହୁଥିଲେ ମଧ୍ୟ ନିଜ ବାପ ମାଙ୍କୁ ପଚାରୁ ନାହାନ୍ତି ରବୀନ୍ଦ୍ର ଜାଡେଜା । ନିଜ ସ୍ତ୍ରୀ ଓ ଝିଅକୁ ଧରି ଅଲଗା ଘରେ ରହୁଛନ୍ତି ରବିନ୍ଦ୍ର । ଏପରିକି ନିଜ ନାତୁଣୀ ସହିତ ବି କୌଣସି ସମ୍ପର୍କ ରଖିବାକୁ ଦେଉ ନାହାନ୍ତି ଜାଡେଜା । ଏ ସବୁ ପାଇଁ ରବୀନ୍ଦ୍ରଙ୍କ ବାପା ଅନିରୁଦ୍ଧ ରବୀନ୍ଦ୍ରଙ୍କ ସ୍ତ୍ରୀ ରିଭାବାଙ୍କୁ ଦାୟୀ କରିଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେ କହିଛନ୍ତି ରିଭାବାଙ୍କ ପାଇଁ ମୋ ପୁଅ ଆମ ଠାରୁ ଦୂରେଇ ଯାଇଛି । ଏପରି କି କୌଣସି ବନ୍ଧୁ ବାନ୍ଧବଙ୍କ ସହ ମଧ୍ୟ ସମ୍ପର୍କ ରଖି ନାହାନ୍ତି ରବୀନ୍ଦ୍ର ଜାଡେଜା । ବାପାଙ୍କର ଏପରି ଭିଡିଓ ଭାଇରାଲ ହେବା ପରେ ଏହାର ପ୍ରତିକ୍ରିୟାରେ ଜାଡେଜା ନିଜେ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ଏହା ସବୁ ଭୁଲ୍ କଥା । ଏହା ଏକ ସ୍କ୍ରିପ୍ଟେଡ୍ ଭିଡିଓ ଅଟେ । କହିବାକୁ ଗଲେ ମୁଁ ବି ଅନେକ କଥା କହି ପାରିବି । ହେଲେ ମୁ ମୋ ମୁହଁ ଖୋଲିବାକୁ ଚାହୁଁ ନାହିଁ । 

ରବୀନ୍ଦ୍ରଙ୍କ ଏପରି ଟୁଇଟ୍ ରୁ ଏହା ଜଣା ପଡିଛି ଯେ ଏହା ତ ସତ ଯେ ରବୀନ୍ଦ୍ର ତାଙ୍କ ପରିବାର ଲୋକଙ୍କ ଠାରୁ ଅଲଗା ରହୁଛନ୍ତି । ତେବେ ସମ୍ପର୍କର ଏହି ତିକ୍ତତା ବର୍ତ୍ତମାନର ନୁହେଁ । ୨୦୨୨ ମସିହାରେ ଗୁଜୁରାଟର ଜାମ୍ ନଗର ଉତ୍ତର ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ରିଭାବା । ରୀଭାବା ବିଜେପି ଦଳରୁ ନିର୍ବାଚନ ଲଢିଥିଲେ । ହେଲେ ଶଶୁର ଅନିରୁଦ୍ଧ କଂଗ୍ରେସ ଦଳର ହୋଇ ଥିବାରୁ ଏହାକୁ ବିରୋଧ କରିଥିଲେ । ହେଲେ ରିଭାବା ଏ କଥା ମାନି ନ ଥିଲେ ।

ସେହି ଆସନରୁ ରିଭାବାଙ୍କ ବିରୋଧରେ କଂଗ୍ରେସର ପ୍ରାର୍ଥୀ ଭାବେ ତାଙ୍କ ନଣନ୍ଦ ନୈନାବା ଲଢିଥିଲେ । ନିର୍ବାଚନ ସମୟରେ ନୈନାବାଙ୍କୁ ତାଙ୍କ ବାପାଙ୍କ ସହ ସମସ୍ତେ ଫୁଲ୍ ସପୋର୍ଟ କରିଥିଲେ । ହେଲେ କିନ୍ତୁ ରିଭାବା ପ୍ରାୟ ୮୮ ,୮୩୫ ଭୋଟରେ ବିଜେତା ହୋଇଥିବା ବେଳେ ନଣନ୍ଦ ମାତ୍ର ୨୩,୨୩୪ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ଯାହା ପର ଠାରୁ ପରିବାର ଭିତରେ ତିକ୍ତତା ବଢିଥିଲା ।