ଦେଖନ୍ତୁ ଭିଡ଼ିଓ: କୁକୁର ଉପରେ ଅତ୍ୟାଚାର କରୁଥିଲା ଏହି ବ୍ୟକ୍ତି, ହଠାତ ଆସିଗଲା ଗାଈ, ରାଗି ଯାଇ ଦେଲା ପାହାରେ

 
Cow saves dog

'କଥାରେ ଅଛି ଯେ ପାଞ୍ଚେ ପରର ମନ୍ଦ, ତା ପାଇଁ ଅଛନ୍ତି ଗୋବିନ୍ଦ'। ବର୍ତ୍ତମାନ ସମୟରେ ମଣିଷ ନିଜର ମଣିଷତ୍ୱକୁ ଭୁଲିବାକୁ ଲାଗିଛି। ସବୁଠାରୁ ବୁଦ୍ଧିମାନ ପ୍ରାଣୀ ଭାବରେ ପରିଚିତ ମଣିଷ ଅନ୍ୟ ଜୀବଜନ୍ତୁ ମାନଙ୍କ ଉପରେ କରୁଛି ଅକଥନୀୟ ଅତ୍ୟାଚାର।

ଏହିଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ କୁକୁର ଉପରେ ଅତ୍ୟାଚାର କରୁଥିବା ବେଳେ ତାଙ୍କୁ ତୁରନ୍ତ ତାଙ୍କର କୁକର୍ମର ଫଳ ମିଳିଯାଉଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଏକ କୁକୁର ଉପରେ ଅକଥନୀୟ ଅତ୍ୟାଚାର କରୁଥିବାର ଦେଖିବାକୁ ମିଳୁଛି। ସେ କୁକୁରଟିର କାନକୁ ଧରି ରଖିଥିବା ବେଳେ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଛି। କୁକୁରଟିର ଚିତ୍କାର ଶୁଣି ସେଠାରେ ଏକ ଗାଈ ପହଞ୍ଚି ଯାଉଛି ଯିଏ କି ଉକ୍ତ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରି ତାଙ୍କୁ ତଳେ ପକାଇ ଦେଉଛି। ଫଳରେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ତାଙ୍କର କୁକର୍ମର ଫଳ ମିଳିଯାଉଛି। ଦେଖନ୍ତୁ ଭିଡ଼ିଓ:-


ଭିଡ଼ିଓଟିକୁ IFS ଅଫିସର୍ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ପୋଷ୍ଟ କରିଥିଲେ। ସେ ୩୧ ଅକ୍ଟୋବରରେ ଭିଡ଼ିଓଟିକୁ ପୋଷ୍ଟ କରିଥିବା ବେଳେ ସ୍ୱଳ୍ପ ସମୟ ମଧ୍ୟରେ ଏଥିରେ ୧.୨ ଲକ୍ଷରୁ ଅଧିକ ଭିୟୁ ଆସି ସାରିଛି। ଏଥିସହିତ ଲୋକେ ଏହାକୁ ପସନ୍ଦ କରିବା ସହ ଭିଡ଼ିଓଟି ୩୦୦୦ ଥର ରିଟ୍ୱିଟ କରାଯାଇଛି।