ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଘରୁ ପଳାଇ ବାହା ହେବା କୌଣସି ଅପରାଧ ନୁହେଁ, ଯଦି ପୁଅ ଝିଅ...

 
Marriage

ଆଜିକାଲି ଦୁନିଆରେ ଲଭ ମ୍ୟାରେଜ ଏକ ଟ୍ରେଣ୍ଡ ହେଇଯାଇଛି । କିଏ ଘରଲୋକଙ୍କ ଅନୁମତିରେ ତ କିଏ ଭଗେଇ ନେଇ ବିବାହ କରୁଛି । ଏପରି ଏକ ମାମଲା ପଞ୍ଜାବର ହୋଶିଆରପୁର ଜିଲ୍ଲାର ମଲୋଟ ଗ୍ରାମରୁ ଆସିଛି ଯେଉଁଠାରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଭଗେଇ ନେଇଯାଇଥିଲା। ଏହାପରେ ଝିଅର ବାପା ମଲୋଟ ପୋଲିସ ଷ୍ଟେସନରେ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ଯୁବକ ଜଣକ ତାଙ୍କ ଝିଅକୁ ଅପହରଣ କରିଦେଇଛି । କିନ୍ତୁ କିଛି ମାସ ପରେ ଅଭିଯୁକ୍ତ ଯୁବକ ତାଙ୍କ ଝିଅକୁ ବିବାହ କରିଥିବା ଜଣାପଡିଥିଲା ।

fgtgg rgg

ଆଉ ଏହାପରେ ପୁଲିସ ବିଭିନ୍ନ ଧାରାରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆଉ ଯୁବକଜଣକ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଯୁବକଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ତାଙ୍କ ବିରୋଧରେ ଆସିଥିବା ଏଫଆଇଆରକୁ ଖାରଜ କରିଦେଇଛନ୍ତି ।

gtrgrt th

ହାଇକୋର୍ଟ କହିଛନ୍ତି ଯେ ଉଭୟ ଯୁବକ ଏବଂ ଯୁବତୀ ପ୍ରାପ୍ତବୟସ୍କ, ଏଭଳି ପରିସ୍ଥିତିରେ କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ । କୌଣସି ନିୟମ ସେମାନଙ୍କୁ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାରରୁ ଅଟକାଇ ପାରିବ ନାହିଁ ।

dferfg gg gg

ଜଣେ ଯୁବତୀ ଘରୁ ପଳାଇ ବିବାହ କରିବା ମାମଲାକୁ ନେଇ ଜଷ୍ଟିସ ଜଗମୋହନ ବଂଶଲ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ବିବାହ ଏକ ଚୁକ୍ତିନାମା କିମ୍ବା ବୁଝାମଣା ନୁହେଁ ବରଂ ଦୁଇ ପରିବାରର ମିଳନ । ଭାରତରେ ନିଜ ଇଚ୍ଛାରେ ବିବାହ କରିବା କୌଣସି ନୂଆ କଥା ନୁହେଁ, ବରଂ ଏହା ଇତିହାସ ସହିତ ଜଡିତ ଅଛି । ରାମାୟଣ ଏବଂ ମହାଭାରତରେ ମଧ୍ୟ ଏହା ବିଷୟରେ ଉଲ୍ଲେଖ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମାୟଣ ଏବଂ ମହାଭାରତ ସମୟରେ ହେଉଥିବା ସ୍ୱୟଂବର ଏହାର ଏକ ବଡ ଉଦାହରଣ । ନିଜ ଇଚ୍ଛାରେ ନିଜ ଜୀବନସାଥୀ ଖୋଜିବାର ପରମ୍ପରା ସେବେଠାରୁ ରହି ଆସିଛି । ଅଭିଯୋଗରେ କୁହାଯାଇଥିଲା ଯେ ଯୁବକ ଜଣକ ତାଙ୍କ ଝିଅକୁ ସାଙ୍ଗରେ ନେଇ ପଳାଇଯାଇଥିଲେ । କିନ୍ତୁ କିଛି ମାସ ପରେ ଅଭିଯୁକ୍ତ ଯୁବକ ତାଙ୍କ ଝିଅକୁ ବିବାହ କରିଥିବା ଜଣାପଡିଥିଲା ।