ଦେଖନ୍ତୁ ଭିଡ଼ିଓ: ଫୋଟୋସୁଟ୍ ନିଶା ରେ ଝରଣା ମଝିରେ ଫସିରହିଲେ ପ୍ରେମୀଯୁଗଳ, ଅବସ୍ଥା ଏମିତି ହେଲା ଯେ ପୋଲିସ ଆସି...

 
Photoshoot

ଆଜିର ଯୁବପିଢ଼ିଙ୍କୁ ଘାରିଛି ଫୋଟୋସୁଟ୍ ନିଶା। ଫୋଟୋ ଉଠାଇବା ପାଇଁ ନିଜ ଜୀବନକୁ ତୁଚ୍ଛ କରିବାକୁ ମଧ୍ୟ ପଛାଉନାହାନ୍ତି ଏମାନେ। ବିବାହ ପୂର୍ବରୁ ପ୍ରି ମ୍ୟାରେଜ୍ ଫୋଟୋସୁଟ୍ କରିବା ବର୍ତ୍ତମାନ ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଥିବା ବେଳେ ଏହିପରି ଏକ ଫୋଟୋସୁଟ୍ କରିବାକୁ ଯାଇ ହଟହଟା ହୋଇଛନ୍ତି ଏକ ପ୍ରେମୀଯୁଗଳ। ଘଟଣାଟି ରାଜସ୍ଥାନର ଚିତ୍ରକୋଟ ସହରରେ ଘଟିଥିବା ଜାଣିବାକୁ ମିଳିଛି।

Couples

ମିଳିଥିବା ସୂଚନା ଅନୁଯାଇ ଚିତ୍ରକୋଟ ସହରରେ ରହୁଥିବା ଏହି କପଲ୍ ନିଜର ପ୍ରି-ୱେଡ଼ିଙ୍ଗ ଫୋଟୋସୁଟ୍ ପାଇଁ ରାୱତଭାଟା ସହରର ଏକ ସୁନ୍ଦର ଝରଣା ପାଖରେ ସେମାନେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଆଶିଷ ଗୁପ୍ତା ନିଜ ପାର୍ଟନର୍ ଶିଖାଙ୍କ ସହିତ ଆସିଥିଲେ ସେମାନଙ୍କ ସହିତ

ଫଟୋଗ୍ରାଫର ଏବଂ ଆଉ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିଲେ ।

ସମସ୍ତେ ଫୋଟୋସୁଟ୍ ପାଇଁ ଝରଣା ମଧ୍ୟକୁ ପସିଯାଇଥିବା ବେଳେ ହଠାତ ପାଖରେ ଥିବା ଡ୍ୟାମରୁ ପାଣି ସେମାନଙ୍କ ଆଡକୁ ମାଡ଼ି ଆସିଥିଲା। ପାଣିର ସୁଅ ମଝିରେ ସମସ୍ତେ ଫସି ରହିଥିବା ବେଳେ ଫୋଟୋଗ୍ରାଫର୍ ଜଣକ କୌଶଳକ୍ରମେ ବାହାରକୁ ଆସି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ତେବେ, ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।