ଦେଖନ୍ତୁ ଭିଡ଼ିଓ: ରାସ୍ତା କଡ଼ରେ କପଲ୍ ଡ୍ୟାନ୍ସ କରିବା ପଡ଼ିଲା ଭାରି! ୧୦ ବର୍ଷ ପାଇଁ ଜେଲ୍ ଗଲେ ପ୍ରେମୀଯୁଗଳ…

ଇଂଷ୍ଟାଗ୍ରାମ୍ ରିଲ୍ସରେ ଯୁବକ ଯୁବତୀମାନେ କପଲ୍ସ ଡ୍ୟାନ୍ସ କରିବା କିଛି ନୂଆ କଥା ନୁହେଁ। କିନ୍ତୁ, ସର୍ବସାଧାରଣରେ ଡ୍ୟାନ୍ସ କରି ଏଭଳି ଏକ ଯୋଡ଼ି ହଟହଟା ହୋଇଛନ୍ତି। ଏପରିକି ସେମାନଙ୍କୁ ଏଥିପାଇଁ ଜେଲ୍ ମଧ୍ୟ ଯିବାକୁ ପଡ଼ିଛି। ଟ୍ରେଡିଂ ଗୀତରେ ରିଲ୍ସ କରି ଇରାନର ଏହି ଯୋଡ଼ି ଏବେ ବେସ୍ ଚର୍ଚ୍ଚାରେ।
ମିଳିଥିବା ସୂଚନା ଅନୁଯାଇ ୨୨ ବର୍ଷିୟ ପୁରୁଷ ବନ୍ଧୁ ଅମିର ମହମ୍ମଦ ଅହମଦୀଙ୍କ ସହ ୨୧ ବର୍ଷିୟ ଅସ୍ତିୟାଜ ହଘିଘି ଇରାନର ରାଜଧାନୀ ତେହେରାନର ଏକ ରାସ୍ତା କଡ଼ରେ ଡ୍ୟାନ୍ସ କରୁଥିଲେ। ତେବେ, ସେହି ସମୟରେ ଅସ୍ତିୟାଜ ହିଜାବ ପିନ୍ଧି ନଥିଲେ। ଯେଉଁଥିପାଇଁ ଉଭୟଙ୍କୁ ଇରାନ ସରକାର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
For the crime of dancing, these two young Iranians have been sentenced to 10 years and 6 months in prison.#AstiyazhHaghighi 21 & #AmirMohammadAhmadi,
— Masih Alinejad 🏳️ (@AlinejadMasih) January 30, 2023
22 danced in the streets in support of #WomanLifeFreedom revolution in Iran.
They don’t deserve such brutality.#MahsaAmini pic.twitter.com/Bs9VxqnxFV
ଉଭୟଙ୍କର ଏପରି କାର୍ଯ୍ୟକଳାପକୁ କୋର୍ଟଙ୍କ ବେଆଇନ ଘୋଷଣା କରିବା ସହିତ ଉଭୟଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ୍ ଭାଇରାଲ ହେଉଛି। ମାତ୍ର ୨ ଦିନରେ ଏହି ଭିଡିଓଟିକୁ ୧.୨ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଛନ୍ତି। ସେହିପରି ଭିଡିଓଟିକୁ ୧୫ ହଜାର ଲୋକ ଲାଇକ୍ କରିଥିବା ବେଳେ ୬ହଜାର ୫ଶହରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି।