​​ପାକିସ୍ତାନୀ ସନ୍ତାନକୁ ମିଳିବ କି ଭାରତୀୟ ନାଗରିକତା? ଜାଣନ୍ତୁ ସାନିଆ ମିର୍ଜାଙ୍କ ପୁଅକୁ ନେଇ ବିବାଦ

 
Sania Mirza son
ବର୍ତ୍ତମାନ ସମୟର ଏକ ବଡ଼ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସୁନାମଧନ୍ୟ ଟେନିସ ଖେଳାଳି ସାନିଆ ମିର୍ଜା । ଦିନ ଥିଲା ନିଜ ପ୍ରେମ ପାଇଁ ସାମ୍ନା କରିବାକୁ ପଡ଼ିଥିଲା ତାଙ୍କୁ ଅନେକ ବାଦ ବିବାଦର । ଏତେ ବାଦ ବିବାଦ ଓ ସମାଲୋଚନା ପରେ ମଧ୍ୟ ସେ ଯେ କେବଳ ନିଜ ପ୍ରେମକୁ ବିବାହ କରିଥିଲେ ତା ନୁହେଁ ବରଂ ନିଜ ଦେଶର ମଧ୍ୟ ମାନ ରଖିଥିଲେ । 

S

୨୦୧୦ ମସିହାରେ ସାନିଆ ପାକିସ୍ତାନୀ କ୍ରିକେଟର ସୋୟେବ୍ ମଲ୍ଲିକଙ୍କୁ ବିବାହ କରିଥିଲେ । ତେବେ ଯେଉଁଥି ପାଇଁ ସୋନିଆଙ୍କୁ ବହୁ ବିବାଦର ଶିକାର ହେବାକୁ ପଡ଼ିଥିଲା ତେବେ ସବୁଠାରୁ ବଡ଼ କଥା ଥିଲା ସେ ପାକିସ୍ଥାନ ରେ ବିବାହ କରି ସେଠାରେ ରହୁଥିଲେ ମଧ୍ୟ ଭାରତର ନାଗରିକତା ଛାଡ଼ି ନ ଥିଲେ ଓ ଭାରତ ପାଇଁ ଖେଳି ଆସୁଥିଲେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ଏଥି ମଧ୍ୟରେ ଘଟି ଯାଇଛି ଏପରି କିଛି । ଯେଉଁ ପ୍ରେମ ପାଇଁ ଦିନେ ସେ ସମସ୍ତଙ୍କ ସହିତ ଲଢ଼ି ଥିଲେ ସେହି ପ୍ରେମ ଆଜି ତାଙ୍କୁ ପର କରି ଦେଇଛି । ବର୍ତ୍ତମାନ ସୋୟେବ୍ ଓ ସାନିଆଙ୍କର ଛାଡ଼ପତ୍ର ବି ସରିଲାଣି । କେବଳ ସେତିକି ନୁହେଁ ଛାଡ଼ପତ୍ର ନ ସରୁଣୁ ସୋୟେବ ତୃତୀୟ ବିବାହ ମଧ୍ୟ କରି ସାରିଲେଣି । 

Sania Mirza

ତେବେ ଏ ନେଇ ଏବେ ଉଠୁଛି ଏକ ବଡ଼ ପ୍ରଶ୍ନ । ସାନିଆ ଓ ସୋୟେବ୍ ଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଯାହାର ନାମ ହେଉଛି ଇଜହାନ ମିର୍ଜା ମଲ୍ଲିକ । ଛାଡ଼ପତ୍ର ପରେ ଦୁହେଁ ସାନିଆ ଓ ପୁଅ ଇଜହାନ ଏବେ ଦୁବାଇରେ ରହୁଛନ୍ତି ।

ତେବେ କଥା ଉଠୁଛି ସାନିଆଙ୍କ ପୁଅଙ୍କୁ ଭାରତ ଆସିବା ପରେ ଭାରତର ନାଗରିକତା ମିଳିବ କି ନାହିଁ । ଯଦି ମିଳିବ ତେବେ ତାଙ୍କୁ ପାକିସ୍ଥାନର ନାଗରିକତା ଛାଡ଼ିବାକୁ ପଡ଼ିବ । କାରଣ ଭାରତରେ ଦ୍ଵୀ ଦେଶିୟ ନାଗରିକତା ବ୍ୟବସ୍ଥା ନାହିଁ ।