ବର୍ଷେ ହେଲା ମହିଳା ରଖି ନାହାନ୍ତି କାହା ସହ ଶାରୀରିକ ସମ୍ପର୍କ, ପେଟ ଯନ୍ତ୍ରଣା ପରେ ବାହାରିଲେ ଗର୍ଭବତୀ, ଜାଣନ୍ତୁ କେମିତି

 
Mahila garbhabati

ଶାରୀରିକ ସମ୍ପର୍କ ନରଖି ଗର୍ଭବତୀ ହେବାର ଖବର କାହାକୁ ମଧ୍ୟ ଆଶ୍ଚର୍ଯ୍ୟ କରିପାରେ। କିନ୍ତୁ, ଲଣ୍ଡନରେ ରହୁଥିବା ସାମନ୍ଥା ଗିବସନ୍ ନାମକ ଜଣେ ଯୁବତୀଙ୍କ ସହିତ ଏହିପରି ଏକ ଅଜବ ଘଟଣା ଘଟିଛି। ସେ ଦୀର୍ଘ ଏକ ବର୍ଷ ଧରି କୌଣସି ଶାରୀରିକ ସମ୍ବନ୍ଧ ରଖିନଥିଲେ ହେଁ ଡାକ୍ତର ତାଙ୍କୁ ଗର୍ଭବତୀ ଘୋଷଣା କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏଥିନେଇ ସେ ଏକ ଟିକଟକ ଭିଡ଼ିଓ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Sammantha gibson

ସାମନ୍ଥାଙ୍କ କହିବା ଅନୁଯାଇ କିଛି ଦିନ ତଳେ ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତେଣୁ ଏହାର ଚିକିତ୍ସା କରାଇବା ପାଇଁ ସେ ଡାକ୍ତରଖାନା ଯାଇଥିଲେ, ଯେଉଁଠାରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ବ୍ଲଡ଼ ଟେଷ୍ଟରେ ସେ ଗର୍ଭବତୀ ବୋଲି ଜଣାପଡିଥିଲା। ସାମନ୍ଥା ଦୀର୍ଘ ଏକ ବର୍ଷ ହେବ ଶାରୀରିକ ସମ୍ପର୍କ ରଖିନାହଁନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ। 

Viral tiktok

ପରବର୍ତ୍ତୀ ସମୟରେ ତାଙ୍କର ଏକ ଷ୍ଟ୍ରିପ୍ ଟେଷ୍ଟ କରାଯାଇଥିଲା ଯେଉଁଥିରେ ସେ ନେଗେଟିଭ ଆସିଥିଲେ। ଡାକ୍ତର ଔପଚାରିକତା ଦୃଷ୍ଟିରୁ ତାଙ୍କର ଆଉ ଥରେ ବ୍ଲଡ଼ ଟେଷ୍ଟ କରାଇଥିଲେ। ତେବେ, ଦ୍ଵିତୀୟ ଥର ହୋଇଥିବା ବ୍ଲଡ଼ ଟେଷ୍ଟର ରିପୋର୍ଟ ଏପର୍ଯ୍ୟନ୍ତ ଆସିନଥିବା ସାମନ୍ଥା କହିଛନ୍ତି। ଏଥିସହିତ ଏବେ ମଧ୍ୟ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବା କଥା ସେ ଏକ ଟିକଟକ ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡ଼ିଓରେ ୧୦ ଲକ୍ଷରୁ ଅଧିକ ଭିୟୁ ଆସିଥିବା ବେଳେ ଶହ ଶହ ଲୋକେ ଏଥିରେ ମନ୍ତବ୍ୟ ଦେଉଛନ୍ତି।